ଚୋରଙ୍କ ସହ ବନ୍ଧୁତା: ପୁଲିସ ଏଏସ୍‌ଆଇ ନିଲମ୍ବିତ

ବାରିପଦା : ଚୋରଙ୍କ ସହ ବନ୍ଧୁତା ରଖି ଚାକିରିରୁ ନିଲମ୍ବିତ ହୋଇଛନ୍ତି ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଏଏସ୍‌ଆଇ ମହେଶ୍ୱର ସ୍ୱାଇଁ। ଏସ୍‌ପି ଋଷିକେଶ ଦ୍ୟାନଦେଓ ଖିଲାରୀ ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି।

ସୂଚନା ଅନୁସାରେ, ନିକଟରେ କୁଳିଅଣା ଥାନା ଅଞ୍ଚଳରୁ ୩ ଜଣ ଦୁର୍ବୃତ୍ତ ରାତିଅଧରେ ଗ୍ୟାସ୍‌ କଟର୍‌ ଦ୍ବାରା ବିଦ୍ୟୁତ୍‌ଖୁଣ୍ଟ କାଟି ନେଉଥିବା ବେଳେ ଗିରଫ ହୋଇଥିଲେ। ପଚରାଉଚରା ବେଳେ ସେମାନଙ୍କ ସହ ଏଏସ୍‌ଆଇ ଶ୍ରୀ ସ୍ୱାଇଁଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିଥିଲା। ଫଳରେ, ଅଭିଯୁକ୍ତଙ୍କ ବୟାନ ଆଧାରରେ ତଦନ୍ତ କରାଯାଇଥିଲା। ତଦନ୍ତ ସମୟରେ ଯଥେଷ୍ଟ ପ୍ରମାଣ ମିଳିବାରୁ ଏଏସ୍‌ଆଇ ଶ୍ରୀ ସ୍ବାଇଁଙ୍କ ବିରୋଧରେ ଉପରୋକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ସମ୍ବନ୍ଧିତ ଖବର