ମିଳିଲାନି ନ୍ୟାୟ, ଆତ୍ମହତ୍ୟା କଲେ ପୀଡ଼ିତା, ତଦନ୍ତରେ ଅବହେଳା ପାଇଁ ଏସ୍‌ଆଇ ନିଲମ୍ବିତ

ତାଳଚେର : ବିବାହ କରି ସୁଖର ସଂସାର ଗଢ଼ିବାକୁ ଚାହୁଁଥିଲେ ଘଣ୍ଟପଡ଼ାର ସସ୍ମିତା ଦାସ। ମାତ୍ର ତାହା ତାଙ୍କ ଭାଗ୍ୟରେ ନଥିଲା। ଯୌତୁକ ଦାବିରେ ସ୍ବାମୀଙ୍କ ନିର୍ଯାତନା ଅସହ୍ୟ ହେବାରୁ ସସ୍ମିତା ନ୍ୟାୟ ପାଇଁ ଥାନାର ଦ୍ବାରସ୍ଥ ହୋଇଥି‌େଲ। ମାତ୍ର ପୁଲିସ ବି ନ୍ୟାୟ ଦେଲା ନାହିଁ। ପରିଶେଷରେ ସେ ଆତ୍ମହତ୍ୟାର ପନ୍ଥାକୁ ବାଛି ନେଇଥିଲେ। ତେବେ କାର୍ଯ୍ୟରେ ଅବହେଳା ଅଭିଯୋଗରେ ଆଜି ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ନରସିଂହ ଭୋଳ ତାଳଚେର କଲିୟରୀ ଥାନାର ଏସଆଇ ସୁମିତ୍ରା ପାତ୍ରଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି।

ସୂଚନା ଅନୁଯାୟୀ, କଲିୟରୀ ଥାନା ଅନ୍ତର୍ଗତ ଘଣ୍ଟପଡ଼ା ଗ୍ରାମର ଗୋକୁଳାନନ୍ଦ ଦାସଙ୍କ କନ୍ୟା ସସ୍ମିତା କେନ୍ଦୁଝର ଅ˚ଚଳରେ ବିବାହ କରିଥିଲେ। ତେବେ ଶଶ୍ବୁର ଘର ଲୋକଙ୍କ ନିର୍ଯାତନା ସହି ନପାରି ପ୍ରାୟ ଦେଢ଼ ବର୍ଷ ହେବ ସସ୍ମିତା ବାପଘରକୁ ଚାଲି ଆସିଥିଲେ। କିଛି ଦିନ ପୂର୍ବେ ସ୍ବାମୀ ଓ ସ୍ତ୍ରୀଙ୍କ ମଧୢରେ ମିଳାମିଶା ଉଦ୍ୟମ ହୋଇଥିଲେ ମଧୢ ତାହା ସଫଳ ହୋଇ ନଥିଲା। ଇତିମଧୢରେ ସସ୍ମିତା ତାଙ୍କ ସ୍ବାମୀଙ୍କ ବିରୋଧରେ କଲିୟରୀ ଥାନାରେ ଯୌତୁକ ନିର୍ଯାତନା ଅଭିଯୋଗ କରିଥିଲେ। ଏସ୍‌ଆଇ ସୁମ୍ରିତା ପାତ୍ରଙ୍କୁ ଏହି ମାମଲାର ତଦନ୍ତ ଦାୟିିତ୍ବ ଦିଆଯାଇଥିଲା। ମାତ୍ର ଏହି ସମ୍ବେଦନଶୀଳ ମାମଲାର ତଦନ୍ତରେ ଏସ୍‌ଆଇ ସୁମିତ୍ର ଅବହେଳା କରିଥିଲେ। ପୁଲିସ ପକ୍ଷରୁ ଠୋସ୍‌ ପଦକ୍ଷେପ ନିଆଯିବାରୁ ଥାନାରେ ଏତଲା ଦେବାର ୧୧ ନମ୍ବର ଦିନ ସସ୍ମିତା ଆତ୍ମହତ୍ୟା କରିଥିଲେ। ତେବେ ସସ୍ମିତାଙ୍କ ସ୍ବାମୀ ଛାଡ଼ପତ୍ର ପାଇଁ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିବା ଜଣାପଡ଼ିଛି। ସସ୍ମିତାଙ୍କ ଆତ୍ମହତ୍ୟା ପରେ ତାଙ୍କ ବାପା ତଦନ୍ତକାରୀ ଅଫିସରଙ୍କ ବିରୋଧରେ ଅବହେଳା ଅଭିଯୋଗ ଆଣିଛନ୍ତି। ଆଜି ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ନରସି˚ହ ଭୋଳ ଏଭଳି ଏକ ମାମଲାକୁ ଗୁରୁତ୍ବ ଦିଆଯାଇନଥିବା ଓ ତଦନ୍ତ ତ୍ବରାନ୍ବିତ କରିନଥିବା ଅଭିଯୋଗରେ ତଦନ୍ତକାରୀ ଅଧିକାରୀ ଏସଆଇ ସୁମିତ୍ରାଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି।

ସମ୍ବନ୍ଧିତ ଖବର