ଭୁବନେଶ୍ୱର: ବହୁଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ମହାଲିଙ୍ଗସ୍ଥିତ ସନ୍ସାଇନ୍ ପବ୍ଲିକ ସ୍କୁଲର ଅଧ୍ୟାପିକା ମମିତା ମେହେର ହତ୍ୟା ମାମଲାରେ ଅଟକ ଥିବା ଦୁଇ ଜଣଙ୍କୁ ପୁଲିସ ଛାଡ଼ି ଦେଇଛି। ଗାଡ଼ି ଚାଳକ ପୁଷ୍କର ଭୋଇ ଓ ଗୁପ୍ତେଶ୍ୱର ତାଣ୍ଡିଙ୍କୁ ପଚରାଉଚରା କରିବା ପୁଲିସ ଛାଡିଦେଇଥିବା ସୂଚନା ମିଳିଛି। ଏହି ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ଅନ୍ୟ ଜଣଙ୍କୁ ଗିରଫ କରିଛି ପୁଲିସ ।
ସ୍କୁଲ ଅଧ୍ୟକ୍ଷା ମମିତା ମେହେର ନିଖୋଜର ୧୦ ଦିନ ପରେ ଷ୍ଟାଡିୟମ୍ରୁ ପୁଲିସ ମୃତଦେହ ଉଦ୍ଧାର କରିଥିଲା। ଆଉ ଏହି ହତ୍ୟା ଘଟଣାରେ ଅଭିଯୁକ୍ତ ଗୋବିନ୍ଦ ଓ ଜଣେ ଗାଡ଼ି ଚାଳକ ରାଧେଶ୍ୟାମ ଚଣ୍ଡିଙ୍କୁ ପୁଲିସ ଗିରଫ କରିଛି। ତେବେ ଅଭିଯୁକ୍ତ ପୁଲିସ ଆଗରେ ସତ ମାନିଥିବା ନେଇ ପୁଲିସ ସୂଚନା ଦେଇଛି। ଏହାସହ ଏହି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ପୁଲିସ ଖୋଜୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/4d26508d-2fc5-4641-b2b5-1df817ba7e0e.jpg)