ଡିଜିଙ୍କୁ ୨ ଦିନ ମହଲତ ଦେଲା ପୁଲିସ ସଂଘ

କଟକ: ମହିଳା ଆଇନଜୀବୀ ବିଷ୍ଣୁପ୍ରିୟା ବେହେରାଙ୍କୁ ଗତକାଲି ହାଇକୋର୍ଟ ଗେଟ୍‌ ନିକଟରେ ଦୁର୍ବ୍ୟବହାର ଘଟଣାରେ ଆଜି ଲାଲବାଗ ଥାନାରେ ଏକ ଏତଲା ଦାୟର ହୋଇଛି। ବିଜୁ ଯୁବ ବାହିନୀର ସଦସ୍ୟ ଟୁବୁ ତ୍ରିପାଠୀଙ୍କ ସମେତ ଅନ୍ୟମାନେ ତାଙ୍କୁ ଦୁର୍ବ୍ୟବହାର ସହିତ ଗାଳି ଗୁଲଜ କରିଛନ୍ତି ବୋଲି ସେ ଅଭିଯୋଗରେ ଦର୍ଶାଇଛନ୍ତି। ଅନ୍ୟପଟେ ହାଇକୋର୍ଟ ପରିସରରେ ଏପିଆର‌୍‌ କନ୍‌ଷ୍ଟେବଳ ସତ୍ୟନାରାୟଣ ଛୁଆଳସି˚ହଙ୍କୁ ଆଇନଜୀବୀଙ୍କ ଆକ୍ରମଣ ଘଟଣାକୁ ନେଇ ଆଜି ହାବିଲ୍‌ଦାର, କନଷ୍ଟେବଳ ମହାସ˚ଘ ପ୍ରିତନିଧି ଦଳ ପୁଲିସ ଡିଜି ଡାକ୍ତର ଆର‌୍‌.ପି. ଶର୍ମାଙ୍କୁ ଭେଟିଛନ୍ତି। ଆକ୍ରମଣ ଘଟଣାରେ ସମ୍ପୃକ୍ତ ଥିବା ଆଇନଜୀବୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ଦାବି ପୂରଣ ନହେଲେ ଆସନ୍ତା ନଭେମ୍ବର ୧ ତାରିଖରେ ମହାସ˚ଘ ପକ୍ଷରୁ ପରବର୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବା ସମ୍ପର୍କରେ ନିଷ୍ପତ୍ତି ନିଆଯିବ।

ଆଜି ଦିନ ପ୍ରାୟ ୧୨ଟା ବେଳ ପ୍ରଥମେ ହାବିଲ୍‌ଦାର କନଷ୍ଟେବଳ ଓ ସିପାହୀ ମହାସ˚ଘର ସଭାପତି ସନ୍ତୋଷ ଶତପଥୀଙ୍କ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଛୁଆଳସିଂହଙ୍କୁ ଆକ୍ରମଣର ନିନ୍ଦା କରାଯାଇଥିଲା। ଘଟଣାରେ ସମ୍ପୃକ୍ତ ଆଇନଜୀବୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଥିଲା। ସନ୍ଧ୍ୟାରେ ଶ୍ରୀ ଶତପଥୀଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଡିଜିଙ୍କୁ ଭେଟିଥିଲେ। ଡିଜି ଏ ସ˚କ୍ରାନ୍ତରେ ହାଇକୋର୍ଟଙ୍କୁ ଅବଗତ କରାଇବାକୁ କହିଥିଲେ। ଶ୍ରୀ ଶତପଥୀ କହିଛନ୍ତି ଯେ, ହାଇକୋର୍ଟ ପରିସରରେ ଜଣେ କନ୍‌ଷ୍ଟେବଳଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଡିଜିଙ୍କୁ ଦୁଇ ଦିନ ସମୟ ଦିଆଯାଇଛି। ସେହି ଆଧାରରେ ପରବର୍ତୀ କାର୍ଯ୍ୟପନ୍ଥା ଆସନ୍ତା ନଭେମ୍ବର ୧ ତାରିଖରେ ଘୋଷଣା କରାଯିବ। ମହାସ˚ଘର ସମ୍ପାଦକ ପଞ୍ଚାନନ ବେହେରା, ସ˚ଗଠନ ସମ୍ପାଦକ ବୃନ୍ଦାବନ ପ୍ରଧାନ, ସହକାରୀ ସମ୍ପାଦକ ସୂର୍ଯ୍ୟ ପାତ୍ର, କଟକ କମିସନରେଟ୍‌ର ସମ୍ପାଦକ ପ୍ରଦୀପ୍ତ ଦତ୍ତ, ଭୁବନେଶ୍ବର କମିସନରେଟ୍‌ ପୁଲିସର ସମ୍ପାଦକ ପ୍ରବୋଧ କୁମାର ଦାସଙ୍କ ତେୃତ୍ବରେ ଟିମ୍‌ ଡିଜିଙ୍କୁ ଭେଟିଥିଲେ। ଅନ୍ୟପଟେ ପୁଲିସ କମିସନର ସତ୍ୟଜିତ ମହାନ୍ତି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ରେଜିଷ୍ଟ୍ରାର ଜେନେରାଲ ହାଇକୋର୍ଟ ଭିତରେ ଏବ˚ ବାହାରେ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦେବାକୁ କମିସନରେଟ୍‌ ପୁଲିସକୁ ଚିଠି ଦେଇଛନ୍ତି। ଗତକାଲି ହାଇକୋର୍ଟ ପରିସରରେ ସ୍ଥିତି ସୁଧାରିବା ପାଇଁ ପୁଲିସ ଯେତେବେଳେ ହସ୍ତକ୍ଷେପ କରିଥିଲା, ସେ ସମୟରେ କିଛି ଆଇନଜୀବୀ ପ୍ରଶ୍ନ କରିଥିଲେ ଯେ ପୁଲିସ ହାଇକୋର୍ଟ ଭିତରକୁ କିଭଳି ଆସିଲା। କୌଣସି ସ୍ଥାନର ହି˚ସାକାଣ୍ତ ଘଟିଲେ ସେଠାକୁ ଯିବା ପୁଲିସର ଅଧିକାରଭୁକ୍ତ। ରେଜିଷ୍ଟ୍ରାର ଜେନେରାଲ୍‌ ଚିଠି ମାଧ୍ୟମରେ ସୁରକ୍ଷା ବ୍ୟବସ୍ଥା ଯୋଗାଇବାକୁ ଜଣାଇଥିଲେ। ସେହି ହିସାବରେ ଗତକାଲି ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଏହା ଆଗକୁ ବି ଜାରି ରହିବ। ଗତକାଲି ଘଟିଥିବା ଘଟଣାର ତଦନ୍ତକାରୀ ଅଧିକାରୀ ତର୍ଜମା କରୁଛନ୍ତି। ସିସି କ୍ୟାମେରା ଫୁଟେଜ ଯାଞ୍ଚ ହେଉଛି। ଘଟଣାରେ ଯେଉଁମାନେ ସମ୍ପୃକ୍ତ ଅଛନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ କମିସନର କହିଛନ୍ତି। ଗତକାଲି ହାଇକୋର୍ଟ ପରିସରରେ ଆକ୍ରମଣର ଶିକାର ହୋଇଥିବା ସନ୍ତୋଷ ନିମାଇଁଙ୍କୁ ବଡ଼ ମେଡିକାଲ୍‌ର ସର୍ଜରି ବିଭାଗରେ ଚକିତ୍ସା କରାଯାଉଛି। ଆଜି ତାଙ୍କ ସିଟି ସ୍କାନ୍‌, ଏକ୍ସରେ କରାଯାଇଛି। ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଏସ୍‌ସିବି ଜରୁରିକାଳୀନ ଅଧିକାରୀ ଡାକ୍ତର ଭୂବନ ମହାରଣା ସୂଚନା ଦେଇଛନ୍ତି।

ଜଷ୍ଟିସ ସିଆର ଦାଶଙ୍କ ତଦାରଖରେ ହେବ ତଦନ୍ତ
କଟକ: ଆଇନଜୀବୀ ଦେବୀ ପ୍ରସାଦ ପଟ୍ଟନାୟକଙ୍କୁ ମାଡ଼ ଘଟଣାର ତଦନ୍ତ ପ୍ରକ୍ରିୟାର ତଦାରଖ କରିବେ ହାଇକୋର୍ଟର ବିଚାରପତି ଜଷ୍ଟିସ ସି.ଆର୍.ଦାଶ। ପ୍ରତି ଦିନ ତଦନ୍ତର ଅଗ୍ରଗତି ସଂପର୍କରେ ତଦନ୍ତକାରୀ ଅଧିକାରୀ ଜଷ୍ଟିସ ଦାଶଙ୍କୁ ଅବଗତ କରିବେ। ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍.ଜାଭେରୀ ଓ ଜଷ୍ଟିସ କେ.ଆର୍.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଇନଜୀବୀଙ୍କୁ ଆକ୍ରମଣ ଘଟଣା ସଂପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି କରି ଆଜି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ନଭେମ୍ବର ୯ ତାରିଖ ପୂର୍ବରୁ ଘଟଣାର ତଦନ୍ତ ଶେଷ କରିବାକୁ ତଦନ୍ତକାରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଶୁଣାଣି ସମୟରେ ସରକାରଙ୍କ ପକ୍ଷରୁ ଆଡ‌େ‌ଭାକେଟ ଜେନେରାଲ ଦର୍ଶାଇଥିଲେ ଯେ ଘଟଣାର ତଦନ୍ତକାରୀ ଅଧିକାରୀ ସ୍ବାସ୍ଥ୍ୟଗତ କାରଣରୁ ୫ ଦିନ ଛୁଟି ନେଇଛନ୍ତି। ତଦନ୍ତକାରୀ ଅଧିକାରୀଙ୍କ ଚିଠି ଓ ମେଡିକାଲ ସାର୍ଟିଫିକେଟ ଆଡଭୋକେଟ ଜେନେରାଲ ଶୁଣାଣି ସମୟରେ ଉପସ୍ଥାପନ କରିଥିଲେ। ଅନ୍ୟପକ୍ଷରେ ଆବେଦନକାରୀଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ବିଜନ ରାୟ ଦର୍ଶାଇଥିଲେ ଯେ ବାର୍ ସଦସ୍ୟ ଓ ସାଧାରଣ ମହକିଲଙ୍କ ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ହାଇକୋର୍ଟର କାର୍ଯ୍ୟରତ ବିଚାରପତିଙ୍କ ତଦାରଖରେ ମାମଲାର ତଦନ୍ତ ୫ ଦିନ ଭିତରେ ଶେଷ କରିବା ପାଇଁ ତଦନ୍ତକାରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଉ। ସ୍ବାସ୍ଥ୍ୟଗତ କାରଣରୁ ଛୁଟିରେ ଥିବା ତଦନ୍ତକାରୀ ଅଧିକରୀ କାର୍ଯ୍ୟରେ ଯୋଗ ଦେବା ପରେ ତୁରନ୍ତ ତଦନ୍ତ ‌ଆରମ୍ଭ କରି ପରବର୍ତ୍ତୀ ଶୁଣାଣି ପୂର୍ବରୁ ତଦନ୍ତ ଶେଷ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୯ରେ କରାଯିବ।

ସୂଚନା‌ଯୋଗ୍ୟ, ଅଗଷ୍ଟ ୨୮ ତାରିଖରେ ନୂଆବଜାରଠାରେ ଆଇନଜୀବୀ ଶ୍ରୀ ପଟ୍ଟନାୟକଙ୍କୁ ପୁଲିସ ମାଡ ମାରିଥିବା ଅଭିଯୋଗ ହୋଇଥିବା ବେଳେ ଏ ନେଇ ନ୍ୟାସନାଲିଷ୍ଟ ଲୟର୍ସ ଫୋରମ, କଟକ ବାର୍ ଆସୋସିଏସନ୍ ଓ ଆଇନଜୀବୀ ଅନ୍ତର୍ଯ୍ୟାମୀ ସ୍ବାଇଁ ତିନୋଟି ପୃଥକ ଜନସ୍ବାର୍ଥ ମାମଲା ଦାୟର କରିଥିଲେ। ମାମଲାର ଶୁଣାଣି କରି ହାଇକୋର୍ଟ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ବରିଷ୍ଠତମ କ୍ରାଇମବ୍ରାଞ୍ଚ ଆଇଜିଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ। କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା ଘଟଣାର ତଦନ୍ତ କରୁଛନ୍ତି।

ସମ୍ବନ୍ଧିତ ଖବର