ପୁଲିସ ସ˚ଘ ଆନ୍ଦୋଳନ ୨୮ରୁ

ଠିକା ଉଚ୍ଛେଦ କର; ୧୨ଦଫା ଦାବି ପୂରଣ କର, ସରକାର ନ ମାନିଲେ ଫେବ୍ରୁଆରି ୪ରୁ ଛୁଟିରେ ଯିବେ ୬୨ ହଜାର କର୍ମଚାରୀ

କଟକ : ରାଜ୍ୟରେ ସିପାହୀ, କନଷ୍ଟେବଳ ଓ ହାବିଲଦାର ସ˚ଖ୍ୟା ମୋଟ ୬୨ ହଜାର। କିନ୍ତୁ ଠିକା ଭିତ୍ତିରେ ୬ ହଜାର କନ୍‌ଷ୍ଟେବଳ ଓ ସିପାହୀ କାର୍ଯ୍ୟ କରୁଛନ୍ତି। କର୍ମଚାରୀଙ୍କ ଠିକା ଉଚ୍ଛେଦ ସହିତ ୧୨ ଦଫା ଦାବି ପୂରଣ କରାଯାଇନଥିବାରୁ ଆସନ୍ତା ୨୮ ତାରିଖରୁ ହାବିଲଦାର କନ୍‌ଷ୍ଟେବଳ ଓ ସିପାହୀ ମହାସ˚ଘ ଆନ୍ଦୋଳନ ଡାକରା ଦେଇଛି। ଭୁବନେଶ୍ବରର ଲୋୟର ପିଏମ୍‌ଜିରେ ଏହି ଆନ୍ଦୋଳନ କରାଯିବା ପାଇଁ ନିଷ୍ପତ୍ତି ହୋଇଥିବା ଆଜି ବକ୍ସିବଜାର ମହାସ˚ଘ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମହାସଂଘ ସଭାପତି ସନ୍ତୋଷ ଶତପଥୀ ସୂଚନା ଦେଇଛନ୍ତି।

ଓଡ଼ିଶା ପୁଲିସ ହାବିଲ୍‌ଦାର, କନ୍‌ଷ୍ଟେବଳ ଓ ସିପାହୀ ମହାସ˚ଘ ପକ୍ଷରୁ କର୍ମଚାରୀଙ୍କ ସପ୍ତମ ବେତନ ହାରରେ ଥିବା ଅସ˚ଗତି ଦୂର ପାଇଁ ବହୁବାର ଦାବି କରାଯାଇଛି। ୧୩ ମାସିଆ ଦରମା, ବର୍ଦ୍ଧିତ ଘରଭଡ଼ା, ଯାତାୟତ ଭତ୍ତା, ପୋଷାକର ରକ୍ଷଣାବେକ୍ଷଣ ଭତ୍ତା, ସ୍ବତନ୍ତ୍ର ପ୍ରୋତ୍ସାହନ ଭତ୍ତା, ବାଟାଲିୟନ୍‌ ଭତ୍ତା, କଠିନ ପାରିଶ୍ରମିକ ଭତ୍ତା, ସ୍ବାସ୍ଥ୍ୟ ବୀମା, ଠିକା କର୍ମଚାରୀ ନିଯୁକ୍ତି ଉଚ୍ଛେଦ ପାଇଁ ବାରମ୍ବାର ଦାବି କରାଯାଇଛି। କନ୍‌ଷ୍ଟେବଳ ଏବ˚ ସିପାହୀମାନେ ଅସ୍ତ୍ରଶସ୍ତ୍ର ବ୍ୟବହାର କରୁଥିବା ବେଳେ ସେମାନଙ୍କ ଜୀବନ ପ୍ରତି ବିପଦ ରହିଥାଏ। ତେଣୁ ଠିକା ଭିତ୍ତିକ ନିଯୁକ୍ତି ପ୍ରକ୍ରିୟା ଉଚ୍ଛେଦ କରିବାକୁ ଗତ ୨୦୧୭, ଜୁନ ୨୬ ତାରିଖରେ ମହାସ˚ଘ ପକ୍ଷରୁ ଗୃହ ସଚିବଙ୍କ ନିକଟରେ ଦାବି ଉପସ୍ଥାପନ କରାଯାଇଥିଲା। ଦାବି ପୂରଣ ପାଇଁ ସରକାର ପ୍ରତିଶ୍ରୁତି ଦେଇ ପରବର୍ତୀ ସମୟରେ ଭୁଲି ଯାଇଥିଲେ। ସରକାରଙ୍କ ଏପ୍ରକାର ଅବହେଳା ବିରୋଧରେ ଆନ୍ଦୋଳନ କରିବାକୁ ବାଧ୍ୟ ହେଲୁ ବୋଲି ସଭାପତି ଶ୍ରୀ ଶତପଥୀ କହିଛନ୍ତି। ସେ କହିଛନ୍ତି, ୧୨ ଦଫା ଦାବିରେ ମହାସ˚ଘ ସମେତ ସପ୍ତମ ବାଟାଲିୟନ ସ˚ଘ, ସିକ୍ୟୁରିଟି ଆସୋସିଏସନ୍‌ ସ˚ଘ, କମିସନରେଟ୍‌ ପୁଲିସ ସ˚ଘ ଆସନ୍ତା ୨୮ ତାରିଖରେ ଲୋୟର ପିଏମ୍‌ଜିରେ ଧାରଣା ଦେବା ସହିତ ୫୦ଟି ଆସୋସିଏସନ୍‌ର କର୍ମକର୍ତ୍ତାମାନେ ପ୍ରତ୍ୟେକ ଜିଲ୍ଲା ଏସ୍‌ପିଙ୍କ କାର୍ଯ୍ୟାଳୟ ସାମ୍‌ନାରେ ସମାନ୍ତରାଳ ଭାବେ ଧାରଣାରେ ବସିବେ। ଏହି ଧାରଣା ଭୁବନେଶ୍ବରରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଚାଲିବ। ରାଜ୍ୟ ସରକାର ଯଦି ଦାବି ପୂରଣ ନ କରନ୍ତି, ତେବେ ଆସନ୍ତା ଫେବ୍ରୁଆରି ୪ ତାରିଖରୁ ରାଜ୍ୟର ମୋଟ ୬୨ ହଜାର ହାବିଲ୍‌ଦାର, କନ୍‌ଷ୍ଟେବଳ ଓ ସିପାହୀ ଆଗାମୀ ବିଧାନସଭା ଅଧିବେଶନର ପ୍ରଥମ ଦିନରୁ ସମୂହ ଛୁଟିରେ ରହିବେ।

ଅନ୍ୟମାନଙ୍କ ମଧ୍ୟରେ ସମ୍ମିଳନୀରେ ମହାସ˚ଘର ସାଧାରଣ ସମ୍ପାଦକ ପଞ୍ଚାନନ ବେହେରା, ଉପ ସଭାପତି ସତ୍ୟାଶିଷ ତ୍ରିପାଠୀ, କୋଷାଧ୍ୟକ୍ଷ ପ୍ରଫୁଲ୍ଲ କୁମାର ପଣ୍ତା, ସା˚ଗଠନିକ ସମ୍ପାଦକ ବୃନ୍ଦାବନ ପ୍ରଧାନ, ସହ ସମ୍ପାଦକ(କ) ରାମଦାସ ପଣ୍ତା, ସହ ସମ୍ପାଦକ(ଖ) ସୂର୍ଯ୍ୟକାନ୍ତ ପାତ୍ରଙ୍କ ସମେତ କଟକ କମିସନରେଟ୍‌ ପୁଲିସର ଶାଖା ସ˚ଘର କର୍ମକର୍ତ୍ତା, କଟକ ରେଳବାଇ ପୁଲିସର କର୍ମକର୍ତ୍ତା, ଓଏସ୍‌ଏପ୍‌ ସପ୍ତମ ବାଟାଲିୟନ୍‌ର କର୍ମକର୍ତ୍ତା, ଯାଜପୁର ଜିଲ୍ଲାର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର