ସମ୍ବଲପୁର: ଅସଲ ଅପରାଧୀଙ୍କୁ ଧରିବାରେ ବିଫଳ ହେଉଥିବା ପୁଲିସ ଏବେ ଔଷଧ ରାଗରେ ତାଟିଆ କାମୁଡିବା ଆରମ୍ଭ କଲାଣି। ବଡ଼ ବଢ଼ ଅପରାଧୀଙ୍କୁ ଧରିବାର ବିଫଳ ହେଉଥିବା ପୁଲିସ ଏବେ ତାଟିଆ କାମୁଡ଼ିବା ଭଳି ଜଣେ ନାବାଳକଙ୍କୁ ଥାନାରେ ଅଟକ ରଖି ମାରପିଟ୍ କରୁଥିବା ଅଭିଯୋଗ ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ସମ୍ବଲପୁରରେ। ମଙ୍ଗଳବାର ସମ୍ବଲପୁର ସିଡବ୍ଲୁସିରେ ନାବାଳକଙ୍କୁ ହାଜର କରାଯିବା ପରେ ଏହି ଘଟଣା ପଦାକୁ ଆସିଛି।
ବିଶ୍ବସ୍ତ ସୂତ୍ରରୁ ସୂଚନା ଅନୁଯାୟୀ, କିଛିଦିନ ତଳେ ସଦର ଥାନା ପୁଲିସ ନାବାଳ​କଙ୍କୁ ଉଠାଇଥିବା ବେଳେ ମଙ୍ଗଳବାର ଚାଇଲ୍ଡ ଲାଇନ୍ ମାଧ୍ୟମରେ ସିଡବ୍ଲୁସିରେ ହାଜର କରିଥିଲା। ସିଡିବ୍ଲୁସିରେ ହାଜର ବେଳେ ନାବାଳକଙ୍କ ଶରୀରରେ ମାଡ଼ ମରାଯାଇଥିବାର ଦାଗ ରହିଥିଲା। ଏହାପରେ ତାଙ୍କୁ ସିଡବ୍ଲୁସିରେ ପଚରା ଉଚରା କରିବା ବେଳେ ତାଙ୍କୁ ଥାନାରେ ମାଡ଼ ମରାଯାଇଥିବା କହିଥିଲା। ମୋବାଇଲ୍ ଚୋରି କରିଥିବା କହି ଚସମା ପିନ୍ଧା ମହିଳା ପୁଲିସ ମାଡ଼ ମାରିଥିବା ନାବାଳକ ଜଣକ ବୟାନ ରେକର୍ଡ ବେଳେ କହିଥିବା ଜଣାପଡ଼ିଛି। ତେବେ ଏହାକୁ ସଦର ଥାନାଧିକାରୀ ଜ୍ୟୋତ୍ସ୍ନାରାଣୀ ବେହେରା ଖଣ୍ଡନ କରିଛନ୍ତି। ତାଙ୍କୁ ମାନେଶ୍ବରରୁ ଉଦ୍ଧା ର କରାଯାଇଥିବା ବେଳେ ତାଙ୍କ ବାପା ମାଆଙ୍କୁ ସମ୍ପର୍କ କରାଯାଇଥିଲା। ସେମାନେ ନଆସିବାରୁ ନାବାଳକଙ୍କୁ ଚାଇଲ୍ଡ ଲାଇନ୍କୁ ହସ୍ତାନ୍ତର କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/8-1.jpg)