ପୁଲିସର ଅନୁରୋଧ: ବଡ଼ଦାଣ୍ଡରେ ଚାଲିଚାଲି ମହାପ୍ରଭୁଙ୍କ ଦର୍ଶନ ପାଇଁ ଯାଅ

ମରିଚିକୋଟ ଛକରୁ ସିଂହଦ୍ୱାର ପର୍ଯ୍ୟନ୍ତ ଲାଗିଲା ସଚେତନତାମୂଳକ ବ୍ୟାନର୍‌

ପୁରୀ : ଆଉ ଦୁଇଦିନ ପରେ ନୂଆବର୍ଷ। ନୂଆବର୍ଷରେ ମହାପ୍ରଭୁଙ୍କ ଦର୍ଶନ କରିବା ଇଚ୍ଛା ନେଇ ରାଜ୍ୟ ତଥା ରାଜ୍ୟ ବାହାରର ଭକ୍ତମାନେ ପୁରୀ ଧାଇଁ ଆସିଥାନ୍ତି। ଏଥିପାଇଁ ଏବେଠାରୁ ଶ୍ରୀକ୍ଷେତ୍ରରେ ହଜାର ହଜାର ଭକ୍ତଙ୍କ ଗହଳି ଲାଗିଲାଣି। ପ୍ରତିବର୍ଷ ଭଳି ନୂଆବର୍ଷ ଓ ଏହା ପୂର୍ବ ଦିନ ବି ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ଼ ରହିବ। ଏହାକୁ ଆଖି ଆଗରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ହାତକୁ ନିଆଯାଇଛି। ତେବେ ଶ୍ରୀକ୍ଷେତ୍ର ବୁଲି ଆସୁଥିବା ଭକ୍ତମାନଙ୍କୁ ସଚେତନତାର ବାର୍ତ୍ତା ଦେବାକୁ ଯାଇ ଚଳିତ ବର୍ଷ ଏକ ନିଆରା ପଦକ୍ଷେପ ନେଇଛି ପୁରୀ ପୁଲିସ। ଯାହା ସୋସିଆଲ୍ ମିଡିଆରେ ବି ଭାଇରାଲ୍‌ ହୋଇଛି।

ଚଳିତ ବର୍ଷ ଭକ୍ତମାନଙ୍କ ଉଦ୍ଦେଶ୍ୟରେ ଶ୍ରୀମନ୍ଦିର ସିଂହଦ୍ବାରଠାରୁ ମରିଚିକୋଟ ଛକ ପର୍ଯ୍ୟନ୍ତ ବ୍ୟାରିକେଡ୍‌ରେ ପୁଲିସ ପକ୍ଷରୁ ନାନାଦି ଧାର୍ମିକ ବାର୍ତ୍ତା ଲଗାଯାଇଛି। ଯାହା ଶ୍ରୀମନ୍ଦିର, ବଡ଼ଦାଣ୍ଡ ସଂପର୍କିତ। ଏଥିରେ ଶ୍ରୀମନ୍ଦିର, ବଡ଼ଦାଣ୍ଡ ମହାତ୍ମ୍ୟ ସହ ଅନ୍ୟାନ୍ୟ ଧାର୍ମିକ ବାର୍ତ୍ତା ଭକ୍ତମାନଙ୍କୁ ବଣ୍ଟାଯାଇଛି। ଏହି ସଚେତନତାମୂଳକ ଛୋଟ ଛୋଟ ବ୍ୟାନର୍‌ ସବୁ ମରିଚିକୋଟ ଛକରୁ ସିଂହଦ୍ବାର ପର୍ଯ୍ୟନ୍ତ ଲଗାଇ ପୁଲିସ ଭକ୍ତଙ୍କଠାରେ ଧାର୍ମିକ ଭାବନା ସୃଷ୍ଟି କରିବାକୁ ଉଦ୍ୟମ କରିଛି। ଅନ୍ୟପଟେ ଶୃଙ୍ଖଳିତ ଦର୍ଶନ ପାଇଁ ବି ପୁଲିସ ସଚେତନତାମୂଳକ ବ୍ୟାନର୍‌ ଲଗାଯାଇଛି। ଶୃଙ୍ଖଳିତ ଦର୍ଶନ ପାଇଁ ବଡ଼ଦାଣ୍ଡରେ ଚାଲି ଚାଲି ଯିବାକୁ ପୁଲିସ ପକ୍ଷରୁ ଅନୁରୋଧ କରାଯାଇଛି।

ସମ୍ବନ୍ଧିତ ଖବର