ମାଲକାନଗିରି: ଆସନ୍ତା ୨୮ ତାରିଖରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ନକ୍ସଲ ପାଳିବେ ସହିଦ ଦିବସ।ଏହି ଅବସରରେ ଗାଁ ଗାଁରେ ଏବେ ନକ୍ସଲ ସହିଦସ୍ତମ୍ଭ ନିର୍ମାଣ କରିବାରେ ବ୍ୟସ୍ତ।ଅନ୍ୟପଟେ ସହିଦ ଦିବସକୁ ଆଖିଆଗରେ ରଖି ପୁଲିସ ଦୁର୍ଗମ ଜଂଗଲ ଏବଂ ନକ୍ସଲ ପ୍ରବଣ ଗାଁଗୁଡିକରେ କୁମ୍ବିଂ ଅପରେସନ ଜୋରଦାର କରିଛି।ନକ୍ସଲ ଯେପରି ସହିଦ ଦିବସ ପାଳନ ନକରିପାରନ୍ତି ସେନେଇ ସୁରକ୍ଷାକର୍ମୀ ଜଂଗଲରେ ପଶିଛନ୍ତି।ପୁଣି ସହିଦ ଦିବସରେ ନକ୍ସଲ ହିଂସାତ୍ମକ ହୋଇପଡନ୍ତି।ତେଣୁ ଯବାନ ଅତି ସତର୍କତା ଅବଲମ୍ବନ କରୁଥିବା ଦେଖିବାକୁ ମିଳିଛି।ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାର କିଷ୍ଟରାମ ଅଂଚଳରେ ଜଂଗଲରେ ଏକ ବଡ ସହିଦସ୍ତମ୍ଭକୁ ପୁଲିସ ଧ୍ବଂସ କରିଛି।
ସହିଦ ଦିବସ ପାଳନ ପୂର୍ବରୁ ଏହି ସହିଦସ୍ବମ୍ଭକୁ ଧ୍ବଂସ କରି ନକ୍ସଲଙ୍କର ସମସ୍ତ ଯୋଜନାକୁ ପଣ୍ଡ କରିଛି।ଗାଁ ଲୋକଙ୍କୁ ସହିଦ ଦିବସରେ ଯୋଗ ନଦେବାକୁ ଅନୁରୋଧ କରିଛି ପୁଲିସ। କୌଣସି ମୁହର୍ତ୍ତରେ ସୁରକ୍ଷାକର୍ମୀଙ୍କର ଚଢାଉ ହେବାର ସମ୍ଭାବନା ରହିଥିବାରୁ ନିରୀହ ଲୋକେ ଏଥିରେ ଟାର୍ଗେଟ ହୋଇପାରନ୍ତି।ତେବେ ନକ୍ସଲ ଏବଂ ପୁଲିସର ଏହି ଛାୟା ଯୁଦ୍ଧରେ ବଳି ପଡୁଛନ୍ତି ନିରୀହ ଜନତା।ନକ୍ସଲ ସହିଦ ଦିବସରେ ଯୋଗ ନଦେଲେ ଗ୍ରାମବାସୀଙ୍କୁ ଗାଁରୁ ତଡିବେ।ଅନ୍ୟଦିଗରେ ପୁଲିସ ଗ୍ରାମବାସୀଙ୍କୁ ଟାର୍ଗେଟ କରୁଛି।ଏବେ ଗାଁ ଗାଁରେ ନକ୍ସଲ ପୋଷ୍ଟର ଏବଂ ବ୍ୟାନର ମାଧ୍ୟମରେ ସହିଦ ଦିବସ ପାଳନ ନେଇ ଆହ୍ବାନ ଦେବା ଆରମ୍ଭ କଲେଣି।ଏଥିପାଇଁ ଲୋକଙ୍କୁ ସହିଦସ୍ତମ୍ଭ ନିର୍ମାଣ ପାଇଁ ନିର୍ଦେଶ ଦେଇଥିବା ଜଣାପଡିଛି।ତେଣୁ ପୁଲିସ ସହିଦ ଦିବସ ଉପରେ ତୀକ୍ଷଣ ନଜର ରଖିଥିବା କହିଛି।