ମାଲକାନଗିରି : ମାଲକାନଗିରି ଜିଲ୍ଲାର ଓର୍କେଲ ପୋଲିସ ଆଜି ପ୍ରାୟ ୧୪ ଏକର ଜମିର ଗଂଜେଇ ଗଛକୁ ନଷ୍ଟ କରିଛି। ଓର୍କେଲ ଥାନା ଆଇଆଇସି ସୁମିତ୍ରା ଜେନାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏସଆଇ ତୃପ୍ତୀ ରଂଜନ ଦାସ,ଏସଆଇ ସରୋଜ କୁମାର ସେଠୀ ସମେତ ଅନ୍ୟ କର୍ମଚାରୀ ତାରଲାକୋଟା ପଞ୍ଚାୟତର ଖିଲଗୁଡା ନିକଟରେ ଲଗାଯାଇଥିବା ଗଂଜେଇ ଗଛକୁ ନଷ୍ଟ କରିଥିଲେ।
/sambad/media/post_attachments/wp-content/uploads/2018/01/Mkg-Ganja-tree-brunt-1-300x170.jpg) ଏହି ୧୪ ଏକର ଜାଗାରେ ପ୍ରାୟ ୬୭ ହଜାର ୧୫୮ଟି ଗଂଜେଇ ଗଛକୁ ନଷ୍ଟ କରାଯାଇଥିବା ପୋଲିସ କହିଛି। ଏହାର ଆନୁମାନିକ ମୁଲ୍ୟ ୬ କୋଟି ୭୦ ଲକ୍ଷ ହେବ ବୋଲି ଜଣାପଡିଛି। ଲଗାତର ଚଢ଼ାଉ କରି କୋଟି କୋଟି ଟଂକାର ଗଂଜେଇ ଗଛ ନଷ୍ଟ କରାଯାଉଥିଲେ ମଧ୍ୟ ଚିତ୍ରକୋଣ୍ଡା ଏବଂ ଓର୍କେଲ ଥାନା ଅଂଚଳରେ ଏବେ ବି ଶହ ଶହ ଏକର ଜମିରେ ଗଂଜେଇ ଗଛ ଲାଗିଛି।
ଏହି ୧୪ ଏକର ଜାଗାରେ ପ୍ରାୟ ୬୭ ହଜାର ୧୫୮ଟି ଗଂଜେଇ ଗଛକୁ ନଷ୍ଟ କରାଯାଇଥିବା ପୋଲିସ କହିଛି। ଏହାର ଆନୁମାନିକ ମୁଲ୍ୟ ୬ କୋଟି ୭୦ ଲକ୍ଷ ହେବ ବୋଲି ଜଣାପଡିଛି। ଲଗାତର ଚଢ଼ାଉ କରି କୋଟି କୋଟି ଟଂକାର ଗଂଜେଇ ଗଛ ନଷ୍ଟ କରାଯାଉଥିଲେ ମଧ୍ୟ ଚିତ୍ରକୋଣ୍ଡା ଏବଂ ଓର୍କେଲ ଥାନା ଅଂଚଳରେ ଏବେ ବି ଶହ ଶହ ଏକର ଜମିରେ ଗଂଜେଇ ଗଛ ଲାଗିଛି।
ଏହି ଅଞ୍ଚଳ ନକ୍ସଲ ଉପଦ୍ରୁତ ହୋଇଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଗଞ୍ଜେଇ ଗଛକୁ ଓପାଡ଼ି ନିଆଁ ଲଗାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/Mkg-Ganja-tree-brunt-2.jpg)
