କାକଟପୁର : କାକଟପୁର ବିଧାନସଭା ନିର୍ବାଚନ ମଣ୍ତଳୀର ବିଜେପି ବିଧାୟକ ପ୍ରାର୍ଥୀ ରବି ମଲ୍ଲିକଙ୍କ ବିରୋଧରେ ଟଙ୍କା ବଣ୍ଟା ଅଭିଯୋଗ ହୋଇଛି। ଗତକାଲି ରାତିରେ ତିନି ଚାରି ଜଣ ବ୍ୟକ୍ତିଙ୍କ ସହିତ ନିକଟସ୍ଥ ଶ୍ରୀରାମପୁର ଗ୍ରାମରେ ଭୋଟ ପାଇଁ ଟଙ୍କା ବାଣ୍ଟୁଥିବା ଗ୍ରାମବାସୀଙ୍କ ପକ୍ଷରୁ କାକଟପୁର ଥାନାରେ ଅଭିଯୋଗ ହୋଇଛି। ମାତ୍ର ଶ୍ରୀ ମଲ୍ଲିକଙ୍କ ପକ୍ଷରୁ ଏହି ଅଭିଯୋଗକୁ ଖଣ୍ତନ କରାଯାଇ ଥାନାରେ ଏକ ପାଲଟା ଅଭିଯୋଗ କରାଯାଇଛି। ରବିଙ୍କ ପକ୍ଷରୁ ହୋଇଥିବା ଅଭିଯୋଗରେ ଦର୍ଶାଯାଇଛି ଯେ ସେ କୋଣାର୍କରୁ ନିଜ ଘର ଅସ୍ତରଙ୍ଗକୁ ଫେରୁଥିବା ସମୟରେ ଶ୍ରୀରାମପୁରଠାରେ କିଛି ବ୍ୟକ୍ତି ତାଙ୍କୁ ଅଟକାଇ ଗାଳିଗୁଲଜ କରିବା ସହିତ ମାଡ ମାରିଥିଲେ। ଏହା ସହିତ ତାଙ୍କ ନିକଟରୁ ଏକ ସୁନା ଚେନ୍ ଲୁଟି ନେଇଥିଲେ। ପରେ ତାଙ୍କୁ ଏକ ଘରେ ଅଟକ ରଖିଥିଲେ। କାକଟପୁର ପୁଲିସ୍ ବିଶେଷ ସୁତ୍ରରୁ ଖବର ପାଇ ତାଙ୍କୁ ଉକ୍ତ ଗ୍ରାମରୁ ଉଦ୍ଧାର କରିଥିଲେ। ବିଧାୟକ ବ୍ୟବହାର କରୁଥିବା ଏକ ବୋଲେରୋକୁ ମଧ୍ୟ ପୁଲିସ୍ ଘଟଣାସ୍ଥଳରୁ ଜବତ କରି ଥାନାକୁ ଆଣିଛି। ତେବେ ଟଙ୍କା ବାଣ୍ଟିବା ନେଇ ଗ୍ରାମବାସୀଙ୍କ ଅଭିଯୋଗ ଆଧାରରେ ଶ୍ରୀ ମଲ୍ଲିକଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବାବେଳେ ରବିଙ୍କ ଅଭିଯୋଗ ଆଧାରରେ ଅନ୍ୟ ଏକ ମାମଲା ରୁଜୁ ହୋଇଥିବା କାକଟପୁର ଥାନା ପକ୍ଷରୁ ପ୍ରକାଶ କରାଯାଇଛି।
ବିଜେପି ବିଧାୟକ ପ୍ରାର୍ଥୀଙ୍କ ବିରୋଧରେ ଟଙ୍କା ବଣ୍ଟା ଅଭିଯୋଗ
/sambad/media/post_attachments/wp-content/uploads/2019/04/kaktpur.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)