ପ୍ରକାଶ ବେହେରାଙ୍କ ବିରୋଧରେ ନିର୍ବାଚନ ଆଚରଣବିଧି ଉଲ୍ଲଂଘନ ଅଭିଯୋଗ : ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଥାନାରେ ମାମଲା

କଟକ-ଜଗତପୁର : ସାଲେପୁର ବିଧାୟକ ତଥା ଚଳିତ ନିର୍ବାଚନରେ ସାଲେପୁରରୁ ବିଜେପି ପ୍ରାର୍ଥୀ ହୋଇଥିବା ପ୍ରକାଶ ବେହେରାଙ୍କ ବିରୋଧରେ ନିର୍ବାଚନ ଆଚରଣବିଧି ଉଲ୍ଲଂଘନ ଅଭିଯୋଗ ମାମଲା ରୁଜୁ ହୋଇଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଜଗତପୁର ଥାନା ପକ୍ଷରୁ ଏହି ମାମଲା ରୁଜୁ ହୋଇଛି।

ସୂଚନା ଅନୁଯାୟୀ ଗଲା ୨୪ ତାରିଖରେ ପୂର୍ବକଚ୍ଛ ନୃସିଂହ ମନ୍ଦିରଠାରୁ ସାଲେପୁର ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ବିନା ଅନୁମତିରେ ଏହି ଶୋଭାଯାତ୍ରା ଆୟୋଜନ ହୋଇଥିବାରୁ କଟକ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ (ଚିଠି ନଂ ୯୯୬) ଜଗତପୁର ଥାନାରେ ଦଫା ୧୮୮, ୩୪ ଆଇପିସି, ଅର୍ବାନ ପୁଲିସ ଆକ୍ଟ ଧାରା ୯୬ରେ ମାମଲା (ନଂ ୧୨୩/୨୦୧୯) ରୁଜୁ ହୋଇଛି। ଶୋଭାଯାତ୍ରା ଆୟୋଜନର ୪୮ ଘଣ୍ଟା ପୂର୍ବରୁ ଅନୁମତି ନେବାର ନିୟମ ଥିଲେ ବି ପ୍ରକାଶ ତାହା କରି ନଥିବା ଦର୍ଶାଯାଇଛି। ମାମଲା ରୁଜୁ ହୋଇଥିବା ବେଳେ ଏ ସଂପର୍କରେ ପ୍ରକାଶ ବେହେରାଙ୍କୁ ନୋଟିସ ଜାରି କରାଯିବ ବୋଲି ଜଗତପୁର ଥାନା ଆଇଆଇସି ପ୍ରଦୀପ୍ତ କିଶୋର ନାୟକ କହିଛନ୍ତି।

ସମ୍ବନ୍ଧିତ ଖବର