ବ୍ରହ୍ମପୁର : ଗାଡି ଯାଞ୍ଚକୁ କେନ୍ଦ୍ର କରି ହିଞ୍ଜିଳି ନିର୍ବାଚନମଣ୍ଡଳୀ ବିଜେପି ପ୍ରାର୍ଥୀ ତଥା ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ଏବଂ ଷ୍ଟାଟିକ ସର୍ଭେଲାନ୍ସ ଟିମ୍ (ଏସ୍ଏସ୍ଟି) ମଧ୍ୟରେ କଥା କଟାକଟି ତଥା ଯୁକ୍ତିତର୍କ ଘଟଣା ସୋସିଆଲ ମିଡିଆରେ ଭାଇରଲ ହେବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଯାଞ୍ଚ ଦାୟିତ୍ବରେ ଥିବା ପିତଳର ସହକାରୀ କୃଷି ଅଧିକାରୀ ବିଶ୍ବନାଥ ବେହେରାଙ୍କୁ ଦୁର୍ବ୍ୟବହାର ଅଭିଯୋଗ ପରେ ପୀତାମ୍ବରଙ୍କ ବିରୋଧରେ ଆସିକା ଥାନାରେ କେସ ନମ୍ବର ୧୦୨/୧୯ରେ ଆଇପିସିର ଦଫା ୩୫୩/୧୮୬/୨୯୪/୫୦୬ ଅନୁସାରେ ଏକ ମାମଲା ରୁଜୁ ହୋଇଛି। ବିଶ୍ବନାଥ ଏନେଇ ଆସିକା ଥାନାରେ ଏକ ଏତଲା ଦାୟର କରିଥିଲେ।
ପୀତାମ୍ବରଙ୍କ ବିରୋଧରେ ମାମଲା
/sambad/media/post_attachments/wp-content/uploads/2019/03/pitamber-acharya-450x270.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)