ଭୁବନେଶ୍ବର: ଓଡ଼ିଶା ବନ୍ଦ ନେଇ ପୋଲିସ କମିଶନରଙ୍କ ସୂଚନା । ଟୁଇନ ସିଟିରେ କଂଗ୍ରେସ ବନ୍ଦ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ହୋଇଛି । କୌଣସି ସ୍ଥାନରେ ଅଘଟଣ ଘଟିନାହିଁ ଅଥବା ଅଘଟଣର ଖବର ଆସିନି । ଗଣତାନ୍ତ୍ରିକ ପଦ୍ଧତ୍ତିରେ ସେମାନେ ଧାରଣା ଓ ପିକେଟିଂ କରିଛନ୍ତି । ତେବେ ରାସ୍ତା ବନ୍ଦ ଯୋଗୁଁ କିଛି ଲୋକ ସମସ୍ୟାରେ ପଡିଛନ୍ତି । କିଛି ସ୍ଥାନରେ ପୋଲିସ ମଧ୍ୟ ଲୋକଙ୍କୁ ସହାୟତା ଯୋଗାଇଦେଇଛି । ସକଳା ସମୟରୁ ସହରର କୋଣ ଅନୁକୋଣର ଦୃଶ୍ୟ କ୍ୟାମେରା, ଡ୍ରୋନ ଏବଂ ଏଆଇ କ୍ୟାମେରା ଜରିଆରେ ନିରୀକ୍ଷଣ କରାଯାଉଥିଲା । ପୋଲିସ ସେବା ଭବନରୁ ଏସବୁକୁ ମନିଟର କରାଯାଉଥିଲା ।
ରାଜଧାନୀରେ ଭିଭିଆଇପି ମୁଭମେଣ୍ଟ, ଆଇନଶୃଙ୍ଖଳା, ଟ୍ରାଫିକ ସବୁକିଛି ଡିସିପିଙ୍କ ତତ୍ତ୍ୱାବଧାନରେ ଚାଲିଥିଲା । ଜାରି ହୋଇଥିବା ଟୋଲ ଫ୍ରି ନମ୍ବରରେ ୮ ଟି ଫୋନ କଲ ଆସିଛି । ଆନ୍ଦୋଳନକାରୀ ମାନେ ନିର୍ଦ୍ଦିଷ୍ଟ ଅଞ୍ଚଳ ଟପିବାରୁ ସେମାନଙ୍କୁ ଅଟକ ରଖାଯାଇଛି । ୪୮ ଜଣଙ୍କୁ ଅଟକ ରଖାଯାଇଥିବା ନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/07/17/new-project-27-2025-07-17-15-08-50.jpg)