ଟ୍ୱିନ୍-ସିଟିର ଜାତୀୟ ରାଜପଥରେ ଦୁର୍ଘଟଣାକୁ ଏଡାଇବା ପାଇଁ ବ୍ଲାକସ୍ପଟ୍ ଚିହ୍ନଟ କରି ତୁରନ୍ତ ସ୍ପିଡ୍ ବ୍ରେକର ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦେଲେ ପୁଲିସ କମିଶନର ସତ୍ୟଜିତ୍ ମହାନ୍ତି

ଭୁବନେଶ୍ୱର : ଗତ କିଛି ଦିନ ହେଲା କଟକ-ଭୁବନେଶ୍ୱର ଟ୍ୱିନ-ସିଟି ଜାତୀୟ ରାଜପଥରେ ବୃଦ୍ଧି ପାଇବାରେ ଲାଗିଛି ଦୁର୍ଘଟଣା। ଆଉ ଚାଲିଯାଉଛି ଅନେକ ଅମୂଲ୍ୟ ଜୀବନ । ତେଣୁ ଏଭଳି ବୃଦ୍ଧି ପାଉଥିବା ଦୁର୍ଘଟଣାକୁ ଏଡ଼ାଇବା ପାଇଁ କମିଶନରେଟ୍ ପୁଲିସ ପକ୍ଷରୁ ସତର୍କମୂଳବ ପଦକ୍ଷେପ ନିଆଯାଇଛି। ଏନେଇ ପୁଲିସ କମିଶନର ସତ୍ୟଜିତ୍ ମହାନ୍ତି କହିଛନ୍ତି କି, ଉକ୍ତ- ଟ୍ୱିନ-ସିଟି ରାସ୍ତାରେ ବ୍ଲାକସ୍ପଟ ଚିହ୍ନଟ କରି ତୁରନ୍ତ ସ୍ପିଡ୍ ବ୍ରେକର ବ୍ୟବସ୍ଥା କରିବା ପାଇଁ ଟ୍ରାଫିକ୍ ଅଧିକାରୀଙ୍କୁ ତାଗିଦ୍ କରିଛନ୍ତି ।

telegraphindia.com

ଅନ୍ୟପକ୍ଷରେ ଟ୍ୱିନ-ସିଟି ଦେଇ ଯାଇଥିବା ଜାତୀୟ ରାଜପଥରେ ବିଗତ ୭ ଦିନ ମଧ୍ୟରେ ପାଖାପାଖି ୫ ଜଣ ଲୋକଙ୍କ ପ୍ରାଣହାନୀ ଘଟିଲାଣି । ତେଣୁ ଏହି ଟ୍ୱିନ୍-ସିଟିର ଜାତୀୟ ରାଜପଥରେ ବ୍ଲାକସ୍ପଟ ଚିହ୍ନଟ କରି ସ୍ପିଡ୍ ବ୍ରେକର ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ଉକ୍ତ ରାସ୍ତାରେ ଗାଡ଼ିର ବେଗ କମାଇବା ପାଇଁ ଇଣ୍ଟରସେପ୍ଟର ବ୍ୟବସ୍ଥା ମଧ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପୁଲିସ କମିଶନର ସତ୍ୟଜିତ୍ ମହାନ୍ତି।

ସମ୍ବନ୍ଧିତ ଖବର