ଦେବଦୂତ ସାଜିଲେ କନେଷ୍ଟବଳ: ରକ୍ତ ଦେଇ ୪ ବର୍ଷ ବୟସର ପିଲାର ଜୀବନ ବଞ୍ଚାଇଲେ

ଫୁଲବାଣୀ: ଦେବଦୂତ ସାଜି ରକ୍ତ ଦେଇ କନ୍ଧମାଳର ଜଣେ ପୁଲିସ କନେଷ୍ଟବଳ ଜଣେ ୪ ବର୍ଷ ବୟସର ପିଲାର ଜୀବନ ବଞ୍ଚାଇଛନ୍ତି। ରକ୍ତ ଦେଇ ପିଲାଙ୍କ ଜୀବନ ବଞ୍ଚାଇଥିବା କନେଷ୍ଟବଳ ହେଉଛନ୍ତି ରୋନିତ ବେହେରା। ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୋଭିଡ ହସପିଟାଲରେ ଡିଉଟରେ ଅଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଶିଶୁ ବିଭାଗରେ ଜ‌ଣେ ୪ ବର୍ଷର ପିଲାର ରକ୍ତ ଦରକାର ପଡିଲା। ତାଙ୍କର ପରିବାର ଓ ସମ୍ପର୍କୀୟଙ୍କୁ ‌ଖୋଜା ପଡିଲା। ହେଲେ କାହାର ରକ୍ତ ଗ୍ରୁଫ୍ ମିଶି ନଥିଲା। ଯାହା ଫଳରେ ପିଲାଙ୍କ ଜୀବନକୁ ନେଇ ଚିନ୍ତାରେ ପଡି ଯାଇଥିଲେ ତାର ବାପା ଓ ମା‌। ଏହି ଖବର ରୋନିତ ପାଇଥିଲେ। ତୁରନ୍ତ ଫୁଲବାଣୀ ବ୍ଲଡବ୍ୟାଙ୍କକୁ ଆସି ସେହି ୪ ବର୍ଷର ପିଲା ପାଇଁ ରକ୍ତ ଦେବାକୁ କହିଥିଲେ। ସେ ରକ୍ତ ଦେଇଥିଲେ। ଏହି ରକ୍ତକୁ ପିଲାକୁ ଦିଆଯାଇଥିଲା।

ସମ୍ବନ୍ଧିତ ଖବର