ବୌଦ୍ଧ: ଗଂଜେଇ ମାଫିଆଙ୍କୁ ପ୍ରୋତ୍ସାହନ ଯୋଗାଇବା ଓ ବେଆଇନ ବ୍ୟବସାୟରେ ସହଯୋଗ କରିବା ଜଣେ ପୁଲିସ କନଷ୍ଟେବଳଙ୍କୁ ମହଙ୍ଗା ପଡ଼ିଛି। ବୌଦ୍ଧ ଜିଲ୍ଲା ସଦର ଥାନା ଅଧୀନ ବଘିଆପଡ଼ା ଫାଣ୍ଡିର ଡିଭିଏଫ କନଷ୍ଟେବଳଙ୍କ ପାଖରୁ ଭିଜିଲାନ୍ସ ବିଭାଗ ବୁଧବାର ଦିନ ୬ ଲକ୍ଷ ଟଙ୍କା ସହ ପିସ୍ତଲ ଜବତ କରିଛି।
/sambad/media/post_attachments/wp-content/uploads/2023/11/Capture.jpg)
ସୂଚନା ଅନୁସାରେ ବଘିଆପଡା ଫାଣ୍ଡି ସରକାରୀ ପୁଲିସ କ୍ୱାର୍ଟର ନିକଟରୁ ଆଜି ବୌଦ୍ଧ ଭିଜିଲାନ୍ସ ବିଭାଗ ଡିଭିଏଫ କନେଷ୍ଟବଳ ହରିକ୍ରିଷ୍ଣ ସାହୁଙ୍କୁ ଗିରଫ କରିଛି। ସେ ଜଣଙ୍କ ଠାରୁ ୬ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଗଞ୍ଜେଇ ଗଛ ନଷ୍ଟ ନ କରିବା ତଥା ଗଞ୍ଜେଇ ଚାଷକୁ ସୁରକ୍ଷା ଦେବା ପାଇଁ ଟଙ୍କା କାରବାର ହୋଇଥିଲା ବୋଲି କୁହାଯାଉଛି। ଗଂଜେଇ ମାଫିଆଙ୍କଠାରୁ ଟଙ୍କା ଆଦାୟ କରି ଟଙ୍କା ସରକାରୀ କ୍ଵାଟରରେ ରଖିଥିବା ସୂଚନା ପାଇ ବୌଦ୍ଧ ଓ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ଚଢ଼ଉ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/11/91c8d41c-58ec-4a0d-a6df-0f317f9b888b.jpeg)