ଖୋର୍ଦ୍ଧା: ବେଗୁନିଆ ଥାନା କନଷ୍ଟେବଳ ସିଦ୍ଧେଶ୍ୱର ମହାପାତ୍ର ନିଲମ୍ବିତ ହୋଇଛନ୍ତି। ଦିନରେ ବାଣ ଜବତ ଓ ରାତିରେ ଚୋରା ଚାଲାଣ ବେଳେ ସ୍ଥାନୀୟ ଲୋକଙ୍କ ଦ୍ଵାରା ଅଟକ ଘଟଣାରେ ଖୋର୍ଦ୍ଧା ପୁଲିସ ଶ୍ରୀ ମହାପାତ୍ରଙ୍କୁ ନିଲମ୍ବନ କରିଛି। ଘଟଣାକୁ ରଫାଦଫା କରିବା ପାଇଁ ସରପଞ୍ଚଙ୍କ ନିକଟରେ କାକୁତି ମିନତୀ ହେଉଥିଲେ ସିଦ୍ଧେଶ୍ୱର ମହାପାତ୍ର। ଏହି ଘଟଣାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା। ତାଙ୍କୁ ନିଲମ୍ବନ କରାଯାଇଥିବାର ଖୋର୍ଦ୍ଧା ଏସ୍ଡିପିଓ ଦିଲୀପ ଦାସ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଗତ ୧୪ ତାରିଖ ଦିନ ବେଗୁନିଆ ପୁଲିସ ବେଆଇନ୍ ଭାବେ ପରିଚାଳିତ ଏକ ବାଣ ଗୋଦାମରେ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ଟ୍ରକ୍ଟ୍ରକ୍ ବାଣ ଜବତ କରିବା ଘଟଣା ରାଜ୍ୟର ପ୍ରମୁଖ ଖବର ହୋଇଥିଲା। ହେଲେ ଜବତ ହୋଇଥିବା ବାଣକୁ ନଷ୍ଟ କରାଯିବ କହି ରାତିରେ ଚୋରା ଚାଲାଣ କରାଯାଉଥିଲା। ରାତିର ଅନ୍ଧାରରେ ବେଗୁନିଆ ଥାନାର ପୁଲିସ କର୍ମଚାରୀମାନେ ମାରୁତି ଭ୍ୟାନ୍ରେ ବାଣ ଓ ବିପୁଳ ମଦ ଚୋରା ଚାଲାଣ କରୁଥିଲେ। ସେମାନେ ଥାନାର ପଛପଟ ଗେଟ୍ ଦେଇ ରାତି ୧ଟାରେ ମଦ ଓ ବାଣ ନେବା ବେଳେ ସ୍ଥାନୀୟ ଲୋକଙ୍କର ହାବୁଡ଼ରେ ପଡ଼ିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/10/sp-1961797910-rm2d1j-thumbnail-750x430-1.jpg)