ରାଜଗାଙ୍ଗପୁର ହାଜତ ମୃତ୍ୟୁ ଘଟଣା : କନ୍‌ଷ୍ଟେବଲ ନିଲମ୍ବିତ

ରାଜଗାଙ୍ଗପୁର : ରାଜଗାଙ୍ଗପୁର ହାଜତ ମୃତ୍ୟୁ ମାମଲାରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଘଟଣା ଦିନ ଡ୍ୟୁଟିରେ ଥିବା କନ୍‌ଷ୍ଟେବଲ ଦୁଆରୁ ପ୍ରଧାନଙ୍କୁ କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ନିଲମ୍ବିତ କରାଯାଇଛି। ଏହାସହ ଡିସିଓ ସୁଚିତ୍ରା ମହାନ୍ତିଙ୍କ ବିରୋଧରେ ବିଭାଗୀୟ ତଦନ୍ତ ଜାରି ରହିଛି ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଅର୍ଥ ହେରଫେର ମାମଲାରେ ରାଜଗାଙ୍ଗପୁର ପୁଲିସ ଜୟ ଲାକ୍ରାଙ୍କୁ ଡିସେମ୍ବର ୧ ତାରିଖରେ ଘରୁ ରାତିଅଧିଆ ଉଠାଇ ଆଣିଥିଲା। ଡିସେମ୍ବର ୫ ତାରିଖରେ ମନୋଜ ଥାନାର ପାଇଖାନାରେ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ପୁଲିସ କହିଥିଲା। ତେବେ ତାଙ୍କ ପୁଅକୁ ପୁଲିସ ମାରିଦେଇଥିବା ମୃତକଙ୍କ ପିତା ବୁଧୁରାମ ଲାକ୍ରା ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର