ପୁଲିସ ଅଧିକାରୀ ସ୍ତରରେ ଅଦଳବଦଳ: ଗଜଭିୟେ ହେଲେ ଏସ୍‌ପି କମ୍ପ୍ୟୁଟର

ଭୁବନେଶ୍ୱର: ରାଜ୍ୟ ସରକାର ବରିଷ୍ଠ ପୁଲିସ ଅଧିକାରୀଙ୍କ ସ୍ତରରେ ପଦୋନ୍ନତି ସହ ଛୋଟଧରଣର ପରିବର୍ତ୍ତନ କରିଛନ୍ତି। ନିଲମ୍ବନ ଆଦେଶ ହଟିବା ପରେ ପୁଲିସ ହେଡକ୍ୱାଟର୍ସରେ ଏସ୍‌ପି ଭାବେ ଅବସ୍ଥାପିତ ଥିବା ସତିଶ ଗଜଭିୟେଙ୍କୁ ଭୁବନେଶ୍ୱରସ୍ଥିତ ପୁଲିସ କମ୍ପ୍ୟୁଟର ବିଭାଗକୁ ଏସ୍‌ପି ଭାବେ ବଦଳି କରାଯାଇଛି। ଏହି ସ୍ଥାନରେ ଥିବା ଓପିଏସ୍‌ ଅଧିକାରୀ କେସି ସାମଲଙ୍କୁ ଭୁବନେଶ୍ୱରରେ ଡିସିପି(ଟ୍ରାଫିକ୍‌) ଭାବେ ଅବସ୍ଥାପିତ କରାଯାଇଛି।

ସେହିପରି ଓପିଏସ୍‌ ଅଧିକାରୀ ପ୍ରଶାନ୍ତ କୁମାର ଜେନାଙ୍କୁ ପଦୋନ୍ନତି ଦିଆଯାଇ ବଣାଇର ଅତିରିକ୍ତ ଏସ୍‌ପି ଭାବେ ଅବସ୍ଥାପିତ କରାଯାଇଛି। ଓପିଏସ୍‌ ଅଧିକାରୀ ମାଧବ ଚନ୍ଦ୍ର ଜେନାଙ୍କୁ ପଦୋନ୍ନତି ଦିଆଯାଇ କଟକ ଜିଲ୍ଲା ଏସ୍‌ପି (ଭାରପ୍ରାପ୍ତ) ଭାବେ ନିଯୁକ୍ତି ଦିଅାଯାଇଛି। ସେହିପରି ଓପିଏସ୍‌ ଅଧିକାରୀ ଗୋପବନ୍ଧୁ ପତିଙ୍କୁ କ୍ରାଇମବ୍ରାଞ୍ଚର ଆର୍ଥିକ ଅପରାଧି ଶାଖାର ଏସ୍‌ପି (ଭାରପ୍ରାପ୍ତ) ଭାବେ ବଦଳି କରାଯାଇଛି।

ସମ୍ବନ୍ଧିତ ଖବର