ଧଉଳି: ମନୀଷ ଦାସ ହତ୍ୟାକାଣ୍ଡ ମାମଲାର ଛନ୍ଦି ହୋଇଥିବା ଅନ୍ୟତମ ଅଭିଯୁକ୍ତ କମିସନରେଟ ପୁଲିସର ହାବିଲଦାର କନଷ୍ଟେବଳ ସଂଘର ସଂପାଦକ ପ୍ରସନ୍ନ ବେହେରାଙ୍କ ଲିଙ୍ଗିପୁର ସନ୍ଥବିହାର ସ୍ଥିତ ଫର୍ଣ୍ଣିଚର ୱାର୍କସପରେ ଆଜି ଧଉଳି ଥାନା ପୁଲିସ ଛାନଭିନ କରିଥିଲା। ଧଉଳି ଥାନା ଅଧିକାରୀ ଦୟାନିଧି ନାୟକ ଏବଂ ଏସଆଇ କାଶୀନାଥ ହାଂସଦା ପ୍ରମୁଖ ସେଠାରେ ପହଞ୍ଚି ଦୀର୍ଘ ସମୟ ଧରି ଛାନଭିନ କରିଥିଲେ। ସୋରୁମ ଓ ୱାର୍କସପରେ ମାଲିକାନା କାହା ନାମରେ ଅଛି, ତାଙ୍କ ନାମରେ ଅଛି କି ତାଙ୍କ ଭାଇଙ୍କ ନାମରେ କିମ୍ବା ଆଉ କାହା ନାମରେ ଅଛି ସେ ସଂପର୍କିତ କାଗଜପତ୍ର ପୁଲିସ ଯାଞ୍ଚ କରିଥିଲା। ସେନେଇ ପୁଲିସ ଉକ୍ତ ସଂସ୍ଥାର କର୍ମଚାରୀଙ୍କୁ ପଚରାଉଚରା କରିଥିଲା। ଏଥିସହିତ କେତେଦିନ ହେଲା ଏଠାରେ ୱାର୍କସପ ଚାଲିଛି ଓ ସୋରୁମ ଆଉ କେଉଁଠାରେ ଚାଲିଛି, ଘର ମାଲିକ କିଏ? ସେସଂପର୍କରେ ସବିଶେଷ ତଥ୍ୟ ହାସଲ କରିଥିଲା।
/sambad/media/post_attachments/wp-content/uploads/2021/10/ce4ca74d-e892-4f3c-81d9-2c9cb31e8184-1024x462.jpg)
ସେହିପରି ନିକଟରେ ଚାଲିଥିବା ସୋରୁମରେ ମଧ୍ୟ ପୁଲିସ ଛାନଭିନ କରିଥିଲେ। କର୍ମଚାରୀ ପରିଚାଳକଙ୍କୁ ମଧ୍ୟ ପଚରାଉଚରା କରିଥିଲା। ଅନ୍ୟପକ୍ଷରେ ପ୍ରସନ୍ନ ଜେଲ ଯିବା ପରେ ଉକ୍ତ ସଂସ୍ଥାରେ ଉତ୍ତେଜନା ପ୍ରକାଶ ପାଇବା ଆଶଙ୍କା କରି ସେନେଇ ଧଉଳି ଥାନା ପୁଲିସ ୱାର୍କସପରେ ମୁତୟନ ହୋଇଥିବା ଦେଖିବାକୁ ମିଳିଛି। ୱାର୍କସପ ପରିସରରେ ସୁରକ୍ଷା ନେଇ ନଜର ରଖିଛି ପୁଲିସ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/c8bb3e97-9914-47c2-8381-e681ba842d24.jpg)