ଉମରକୋଟ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ନବରଂଗପୁର ଜିଲ୍ଲା ଉମରକୋଟର ୨ ସାହି ମଧ୍ୟରେ ବ୍ୟାପକ ଉତ୍ତେଜନା ଦେଖାଯାଇଛି। ଅପ୍ରୀତିକର
ପରିସ୍ଥିତିକୁ ଏଡ଼ାଇବା ପାଇଁ ପୁଲିସ ମୃତାୟନ କରାଯାଇଛି। ମିଳିଥିବା ସୂଚନା ଅନୁସାରେ ବୁଧବାର ଉମରକୋଟ ବିଜୁ ପଟ୍ଟନାୟକ ଷ୍ଟାଡିୟମ୍ ଠାରେ କ୍ରିକେଟ ମ୍ୟାଚ ଚାଲିଥିବ ବେଳେ କୌଣସି ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଉମରକୋଟର କେନାଲସାହି ଓ ଡିଏନ୍କେ ଅଂଚଳରେ ଥିବା ଝୁପୁଡ଼ି ସାହି ଯୁବକ ମଧ୍ଯରେ ମାରପିଟ୍ ହେଇଥିଲା। ଏହି ଘଟଣାକୁ ନେଇ କାଲିଠୁ ଏହି ୨ ସାହି ମଧ୍ୟରେ ଚାପା ଉତେଜନା ଲାଗିରହିଥିଲା।
ଆଜି ଉମରକୋଟ କେନାଲସାହିରେ କିଛି ଯୁବକ ମାଡ ଖାଇଥିବା ସାହିବାସୀ ହଜମ କରି ପାରିନଥିଲେ। ସନ୍ଧ୍ୟ। ପ୍ରାୟ ୬ଟା ସମୟରେ କେନାଲସାହିର ଶତାଧିକ ପୁରୁଷ, ମହିଳା, ଯୁବକ ଯୁବତୀ ଏକତ୍ରିତ ହେଇଥିଲେ। ପ୍ରାୟ ରାତି ୮ଟା ସମୟରେ କେନାଲସାହିର ଶତାଧିକ ପୁରୁଷ ଓ ମହିଳା ଡିଏନ୍କେ ଝୁପୁଡିସାହି ଆଡ଼କୁ ଅଗ୍ରସର ହେଉଥିବା ବେଳେ ଡିଏନ୍କେ ଛକ ଠାରେ ପୁଲିସ୍ ପହଂଚି ଉତ୍ତ୍ୟକ୍ତ ଲୋକେଙ୍କୁ ଘଉଡାଇ ଥିଲା। ଯଦ୍ବାରା କି ଏକ ବଡ଼ଧାରଣର ଗଣ୍ଡଗୋଳକୁ ଏଡାଇ ଦିଆଯାଇ ପାରିଛି। ପୁଲିସ୍ ଡିଏନ୍କେ ଛକ ଆଉ ଶିଶୁ ମନ୍ଦିର ସ୍କୁଲ ଛକ ଠାରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ସହର୍ ସାରା ପୁଲିସ ପଇଁତରା ମାରୁଛି।