ଜମାକାରୀମାନେ ଗଣ୍ଡଗୋଳ କରିବାର ଆଶଙ୍କା ଥିବାରୁ ରାଉରକେଲା ୟେସ୍ ବ୍ୟାଙ୍କ ଆଗରେ ପୁଲିସ ମୁତୟନ

ରାଉରକେଲା: ଆବଶ୍ୟକତା ଠାରୁ ଅଧିକ ୠଣ ଦେଇ ୟେସ୍ ବ୍ୟାଙ୍କ ବର୍ତ୍ତମାନ ବିବାଦରେ। ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶ ଅନୁଯାୟୀ ୟେସ୍ ବ୍ୟାଙ୍କରୁ ଗ୍ରାହକମାନେ ୩୦ଦିନରେ ମାତ୍ର ପଚାଶ ହଜାର ଟଙ୍କା ଉଠାଇ ପାରିବେ। ଏହାଠାରୁ ଅଧିକ ଉଠାଇ ପାରିବେ ନାହିଁ। ତେବେ ଏଭଳି ପରିସ୍ଥିତିରେ ରାଉରକେଲ‌ାରେ ଥିବା ୟେସ୍ ବ୍ୟାଙ୍କ ନିଜ ନିଜର ଗ୍ରାହକମାନଙ୍କୁ ଆବଶ୍ୟକତା ଠାରୁ ଅଧିକ ଋଣ ଦେଇ ଆଦାୟ କରିବାରେ ବିଫଳ ହୋଇଛି।  ଲୋକେ ଜମା ରଖିଥିବା ଟଙ୍କା ପାଇ ପାରୁ ନଥିବାରୁ ଗଣ୍ଡଗୋଳ ହେବାର ଆଶଙ୍କା କରି ବ୍ୟାଙ୍କ ଆଗରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପୁଲିସ ମୁତୟନ କରାଯାଇଥିବା ଜଣାଯାଇଛି।

Image result for yes bank
BloombergQuint

ସୂଚନା ମୁତାବକ, ଗତକାଲି ରିଜର୍ଭ ବ୍ୟାଙ୍କ ୟେସ ବ୍ୟାଙ୍କର ବୋର୍ଡ ଅଫ ଡାଇରେକ୍ଟର୍ସକୁ ଭାଙ୍ଗିଦେବା ସହ ଜମାକାରୀଙ୍କ ପାଇଁ ମାସିକ ଜମା ଉଠାଣକୁ ୫୦ହଜାର ଟଙ୍କା ମଧ୍ୟରେ ସୀମିତ ରଖିଥିଲେ । ଏହା ସହିତ ବ୍ୟାଙ୍କ କୌଣସି ନୂଆ ଋଣ ଦେଇପାରିବେ ନାହିଁ କିମ୍ବା ନୂଆ ନିବେଶ କରିପାରିବେ ନାହିଁ ବୋଲି ଘୋଷଣା କରାଯାଇଥିଲା । ୟେସ ବ୍ୟାଙ୍କର ପରିଚାଳନା ପାଇଁ ରିଜର୍ଭ ବ୍ୟାଙ୍କ ଏସବିଆଇର ପୂର୍ବତନ ମୁଖ୍ୟ ଅର୍ଥ ଅଧିକାରୀ ପ୍ରଶାନ୍ତ କୁମାରଙ୍କୁ ପ୍ରଶାସକ ନିଯୁକ୍ତ କରିଥିଲେ। ୟେସ ବ୍ୟାଙ୍କ ବିରୁଦ୍ଧରେ ରିଜର୍ଭ ବ୍ୟାଙ୍କର ଏହି ପଦକ୍ଷେପ ପରେ ଷ୍ଟକ ବଜାରରେ ୟେସ ବ୍ୟାଙ୍କର ସେୟାର ମୂଲ୍ୟ ହ୍ରାସ ପାଇଛି ।

ସମ୍ବନ୍ଧିତ ଖବର