ରାୟଗଡ଼ା : ୪ କୋଟି ଟଙ୍କାର ଗଞ୍ଜେଇ ଗଛ ସଫା

ରାୟଗଡ଼ା : ରାୟଗଡ଼ା ଜିଲ୍ଲାରେ ଆରମ୍ଭ ହୋଇଛି ଅପରେସନ ଗ୍ରିନ ଡାଇମଣ୍ଡ। ଗଞ୍ଜେଇ ଚାଷକୁ ସମ୍ପୂର୍ଣ୍ଣ ନଷ୍ଟ କରିବା ପାଇଁ ପୁଲିସ-ଅବକାରୀ-ପ୍ରଶାସନର ମିଳିତ ଉଦ୍ୟମରେ ଆଜିଠୁ ଆରମ୍ଭ ହୋଇଛି ଏହି ପ୍ରକ୍ରିୟା। ପ୍ରଥମ ଦିନରେ ଚନ୍ଦ୍ରପୁର ବ୍ଲକର ୪୨ ଏକର ଜମିରେ ଲାଗିଥିବା ୩୯ହଜାର ଗଛକୁ ନଷ୍ଟ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ୩ କୋଟି ୯୦ଲକ୍ଷ ଟଙ୍କା ହେବ ବୋଲି ବିଭାଗ ଅନୁମାନ କରିଛି। ପୂର୍ବ ନିଷ୍ପତ୍ତି ମୁତାବକ ଆଜି ମାଓ ପ୍ରବଣ ଚନ୍ଦ୍ରପୁର ବ୍ଲକ୍‌ର ହନୁମନ୍ତପୁରରୁ ୧୫କିମି ଦୂର ଡାବେରୀ ଓ କୁଟୁଙ୍ଗିଗୁଡା ଗ୍ରାମ ନିକଟରେ ହୋଇଥିବା ଗଞ୍ଜେଇ ଚାଷ ନିକଟରେ ଫୋର୍ସ ପହଞ୍ଚିବା ପରେ ମେସିନ ସାହାଯ୍ୟରେ ଗଛ କଟା ହୋଇଥିଲା। ସକାଳ ୮ଟାରୁ ଅପରାହ୍ନ ୩ଟା ଯାଏଁ ଗଛ କଟାଯିବା ପରେ ସମସ୍ତ ଗଛକୁ ପୋଡ଼ି ଦିଆଯାଇଥିଲା।

ସମ୍ବନ୍ଧିତ ଖବର