ନବୀନ ନିବାସ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରୁଥିବା ବିଜେପି ମହିଳା କର୍ମୀଙ୍କୁ ଅଟକ ରଖିଲା ପୁଲିସ

ଭୁବନେଶ୍ୱର: ରାଜ୍ୟରେ ବଢୁଥିବା ନାରୀ ନିର୍ଯାତନାକୁ ନେଇ ରାଜରାସ୍ତାକୁ ଓହ୍ଲାଇଲା ବିଜେପି ମହିଳା ମୋର୍ଚ୍ଚା । ପୁରୀରେ ଯୁବତୀଙ୍କୁ ଗଣ ଦୁଷ୍କର୍ମ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିବାକୁ ନବୀନ ନିବାସ ଅଭିମୁଖେ ବାହାରିଥିଲେ ମହିଳା ମୋର୍ଚ୍ଚା । ନବୀନ ନିବାସ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ସେମାନଙ୍କୁ ଅଟକ ରଖିଥିଲା ।

ଫଳରେ ପୁଲିସ ଓ ବିଜେପି ମହିଳା ମୋର୍ଚ୍ଚା ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା । ଯାହାଫଳରେ ୧୦ରୁ ଅଧିକ ମହିଳା କର୍ମୀଙ୍କୁ ଅଟକ ରଖିଛି ପୁଲିସ । ନାରୀ ନିର୍ଯାତନାକୁ ନେଇ ରାଜନୀତି କରାନଯାଉ ବୋଲି ମୁଖ୍ୟମନ୍ତ୍ରୀ ଗୃହରେ କହିଥିଲେ ।

କିନ୍ତୁ ରାଜ୍ୟରେ ନାରୀ ନିର୍ଯାତନା କାହିଁକି ବଢୁଛି ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଜବାବ ରଖିବାକୁ ବିଜେପି ଗତକାଲି ସନ୍ଧ୍ୟା ଯାଏଁ ସମୟ ଦେଇଥିଲେ । କିନ୍ତୁ ମୁଖ୍ୟମନ୍ତ୍ରୀ ଜବାବ ନରଖିବାରୁ ଏନେଇ ପ୍ରଶ୍ନ ପଚାରିବାକୁ ଆଜି ବିଜେପି ମହିଳା କର୍ମୀ ନବୀନ ନିବାସ ଅଭିମୁଖେ ଯାଇଥିଲେ ।

ସମ୍ବନ୍ଧିତ ଖବର