ଦ୍ଵିତୀୟ ବିବାହ ପୂର୍ବରୁ ବରଙ୍କୁ ଉଠାଇନେଲା ପୁଲିସ

ବୋଲଗଡ଼: ବିବାହ କରିବାକୁ ଆସି ହଟହଟା ହେଲେ ବର | ହାତଗଣ୍ଠି ପଡ଼ିବା ପୂର୍ବରୁ ବରକୁ ଉଠାଇନେଲା ପୁଲିସ | ମିଳିଥିବା ସୂଚନା ମୁତାବକ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ଅଧିନସ୍ଥ ମାଗୁରା ଗାଁର ଶିବପ୍ରସାଦ ମଙ୍ଗରାଜ ଆଜି ଫତେଗଡ ଅଂଚଳର ଜଣେ କନ୍ୟାଙ୍କୁ ଦ୍ଵିତୀୟ ବିବାହ କରୁଥିଲେ | ଫତେଗଡର ଧବଳେଶ୍ୱର ମନ୍ଦିରରେ ବିବାହ ହେଉଥିବା ଜାଣି ପ୍ରଥମ ପତ୍ନୀ ବୋଲଗଡ଼ ଥାନାରେ ଅଭିଯୋଗ କରିଥିଲେ | ଏହା ପରେ ଧଳାପଥର ଫାଣ୍ଡି ପୁଲିସ ମନ୍ଦିରରେ ପହଂଚି ଯୁବକଙ୍କୁ ଉଠାଇନେଇଛି |

ଏବେ ପୁଲିସ ଯୁବକଙ୍କୁ ଅଟକ ରଖିଛି | ଉଲ୍ଲେଖଯୋଗ୍ୟ ଥାଉ କି ଶିବପ୍ରସାଦ ୨୦୧୮ ମସିହାରେ ନୟାଗଡ ଜିଲ୍ଲା ନାକଡ଼େଇଁ ଅଂଚଳର ଜଣେ ଯୁବତୀଙ୍କୁ ବିବାହ କରିଥିଲେ |

ଉଭୟଙ୍କ ମଧ୍ୟରେ ପାରିବାରିକ ସମସ୍ୟା ଦେଖାଦେବାରୁ ବୋଲଗଡ଼ ଥାନାରେ ଉଭୟଙ୍କ ପକ୍ଷରୁ ଅଭିଯୋଗ ହୋଇଥିଲା | ତେବେ ଶିବପ୍ରସାଦ ଉକ୍ତ ଯୁବତୀଙ୍କୁ ଛାଡପତ୍ର ନ ଦେଇ ଦ୍ଵିତୀୟ ବିବାହ କରିବାକୁ ଯାଉଥିଲେ | ଏ ନେଇ ଯୁବତୀ ଜଣକ ବୋଲଗଡ଼ ଥାନାରେ ଅଭିଯୋଗ କରିଥିଲେ | ଏହା ପରେ ପୁଲିସ ବରଙ୍କୁ ଉଠାଇନେଇ ଅଟକ ରଖିଛି |

ସମ୍ବନ୍ଧିତ ଖବର