ଭୁବନେଶ୍ବର: ରାଜଧାନୀ ପାଲଟିଲା ରଣକ୍ଷେତ୍ର । ଲୋୟର ପିଏମଜିରେ ପୋଲିସ-ବିଜେଡି କର୍ମୀ ମୁହାଁମୁହିଁ । ଫକୀରମୋହନ କଲେଜ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ବିଜେଡିର ପ୍ରତିବାଦ ବେଳେ ପୋଲିସ-ବିଜେଡି କର୍ମୀ ଧସ୍ତାଧସ୍ତି । ଭୁବନେଶ୍ୱରର ଲୋକସେବା ଭବନ ଘେରାଉ କରିବାକୁ ଯିବା ବେଳେ ହଜାର ହଜାର ବିଜେଡି କର୍ମୀଙ୍କୁ ଅଟକାଇଛି ପୋଲିସ ।
#WATCH | Bhubaneswar, Odisha | Police use water cannon to disperse BJD workers protesting over Balasore student's death by self-immolation.
— ANI (@ANI) July 16, 2025
Biju Janata Dal is also observing a Balasore bandh in protest over a Balasore student's death by self-immolation. pic.twitter.com/jDKQZzCbbq
ଏହାସହ ଆନ୍ଦୋଳନକାରୀଙ୍କୁ ଅଟକାଇବାକୁ ପୋଲିସ ପାଣିମାଡ଼ ଲୁହବୁହା ଗ୍ୟାସ ମଧ୍ୟ ପ୍ରୟୋଗ କରିଛି । ଶତାଧିକ ଆନ୍ଦୋଳନକାରୀଙ୍କୁ ପୋଲିସ ଜୋର ଜବରଦସ୍ତ ଉଠାଇ ନେଇଥିବା ବେଳେ ଟିୟର ଗ୍ୟାସ ମାଡ଼ରେ ବବି ଦାସ ଆହତ ହୋଇଛନ୍ତି । ତାଙ୍କ ଗୋଡ଼ରେ ଟିୟର ଗ୍ୟାସ ବାଜିଥିବା ସୂଚନା । ସେପଟେ ସୁଲତା ଦେଓ ମଧ୍ୟ ଆହତ ହୋଇ ଆମ୍ବୁଲାନ୍ସରେ ହସ୍ପିଟାଲ ଯାଇଛନ୍ତି ।
#WATCH | Bhubaneswar, Odisha | Police detain the BJD workers who are protesting over the Balasore student's death by self-immolation.
— ANI (@ANI) July 16, 2025
Biju Janata Dal is also observing a Balasore bandh in protest over a Balasore student's death by self-immolation. pic.twitter.com/5HTZIETJ0q
ସେପଟେ ବିଜେଡି ଆଜି ବାଲେଶ୍ବର ବନ୍ଦ କରିଛି । ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରେ ଛାତ୍ରୀଙ୍କ ଆତ୍ମାହୁତି ଓ ମୃତ୍ୟୁ ମାମଲାରେ ଆଜି ବାଲେଶ୍ଵର ବନ୍ଦ କରିଛି ବିଜେଡି । ବିଜେଡି ଏହି ଆନ୍ଦୋଳନକୁ ଜୋରଦାର କରିବା ସହ ବାଲେଶ୍ବରରୁ ଆରମ୍ଭ କରିଛି ଅଭିଯାନ । ଆଜି ସକାଳ ୬ଟାରୁ ଦିବା ୨ ଯାଏଁ ବନ୍ଦ ଡାକରା ଦିଆଯାଇଥିବା ବେଳେ ବାଲେଶ୍ବରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ସହରର ବିଭିନ୍ନ ସ୍ଥାନରେ ଟାୟାର ଜାଳି ରାସ୍ତା ଅବରୋଧ କରିଛି ବିଜେଡି । ବିଭିନ୍ନ ଛାମୁଆ ଏବଂ ଟାଣୁଆ ନେତାଙ୍କୁ ବାଲେଶ୍ବରରେ ଦେଖିବାକୁ ମିଳିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/07/16/ranakhetra-2025-07-16-11-56-13.jpg)