ଗଞ୍ଜାମ ଜିଲା ଗସ୍ତରେ ପୁଲିସ ମହାନିର୍ଦେଶକ

ଗଂଜାମ: ଆଜି ଓଡିଶା ପୁଲିସ ମହାନିର୍ଦେଶକ ଅଭୟ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସିଥିଲେ | ଗଞ୍ଜାମ ଜିଲ୍ଲାର ଖଲିକୋଟ, ରମ୍ଭା ଆଦି ଥାନା ଗସ୍ତ କରିବା ସହ ଛତ୍ରପୁର ପୁଲିସ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକ କରିଥିଲେ | ଏହି ବୈଠକରେ ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ, ବ୍ରହ୍ମପୁର ଏସପି ବ୍ରିଜେଶ କୁମାର ରାଏଙ୍କ ସମେତ ଅନ୍ୟ ବରିଷ୍ଠ ପୁଲିସ ଅଧିକାରୀମାନେ ଉପସ୍ଥିତ ଥିଲେ |

ଏହି ସମୀକ୍ଷା ବୈଠକରେ କରୋନା ମୁକାବିଲା ନେଇ ଜିଲ୍ଲାରେ କେଉଁ ସବୁ ପଦକ୍ଷପ ନିଆଯାଇଛି, ସେ ନେଇ ପୁଲିସ ମହାନିର୍ଦେଶକ ଅଭୟ ସମୀକ୍ଷା କରିଥିଲେ | ଏହା ଛଡା ପୁଲିସ କର୍ମଚାରୀମାନଙ୍କର ମଙ୍ଗଳ ନିମନ୍ତେ କି କି ପଦକ୍ଷପ ନିଆଯାଇଛି ସେ ବିଷୟରେ ମଧ୍ୟ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା |

ସମ୍ବନ୍ଧିତ ଖବର