ମାଲକାନଗିର, କୋରାପୁଟ ଓ କନ୍ଧମାଳ ଜିଲ୍ଲାରେ ପୁଲିସ ଡିଜି

ମାଓ ଦମନ ନେଇ ଆଲୋଚନା, ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଆହ୍ବାନ

କଟକ : ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଅଭୟ ରବିବାର ଦିନ ମାଲକାନଗିରି, କୋରାପୁଟ ଓ କନ୍ଧମାଳ ଜିଲ୍ଲା ଗସ୍ତ କରି ସୁରକ୍ଷା ସ୍ଥିତି ଅନୁଧ୍ୟାନ କରିଛନ୍ତି। ମାଲକାନଗିରି ଜିଲ୍ଲାରେ ମାଓବାଦୀ ଦମନ ସଂକ୍ରାନ୍ତ‌ରେ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ସେ ଆଲୋଚନା କରିଥିଲେ। ମାଓ ଦମନ ଅଭିଯାନକୂ ତ୍ବରାନିତ୍ବ କରିବା ସହିତ ହିଂସା ଛା‌ଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ମାଓବାଦୀଙ୍କୁ ଡିଜିପି ଆହ୍ବାନ ଜଣାଇଥିଲେ। ଏହି ଅବସରରେ ଡିଜିପି ‌ଯୋଡାମ୍ବ ଥାନା ସ୍ବାଭିମାନ ଅଞ୍ଚଳର ହନ୍ତାଳଗୁଡା, ଯୋଡାମ୍ବ, ଗୁରାସେତୁ ଓ ଅଣ୍ଡ୍ରାହଲ ଭଳି ମାଓ ଉପଦ୍ରବ ଅଞ୍ଚଳର ସୁରକ୍ଷା ସଂପର୍କରେ ଆଲୋଚନା କରିଥିଲେ। ସ୍ବାଭିମାନ ଅଞ୍ଚଳରେ ଚାଲିଥିବା ବିକାଶ କାର୍ଯ୍ୟକୁ ତ୍ବରାନିତ୍ବ କରିବା ସଂକ୍ରାନ୍ତ‌ରେ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ।

ଗସ୍ତ ସମୟରେ ଡିଜିପି ଅଭୟ ଏମ୍‌ଭି-୨ର ନୂତନ ଭ‌ାବେ ନିର୍ମିତ ହୋଇଥିବା ଏସ୍‌ଡିପିଓ କାର୍ଯ୍ୟାଳୟକୁ ଉଦ୍‌ଘାଟନ କରିଥିଲେ। ସେହିଭଳି କୋରାପୁଟ ଓ କନ୍ଧମାଳ ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ସମୀକ୍ଷା କରିଥିଲେ। ଜିଲ୍ଲାର ଜନସାଧାରଣଙ୍କ ପାଇଁ ପାନୀୟଜଳ, ରାସ୍ତାଘାଟ ନିର୍ମାଣ, ସ୍ବାସ୍ଥ୍ୟ ଓ ବିଭିନ୍ନ ସରକାରୀ ଯୋଜନାର ସଫଳ ରୂପାୟନ ସଂକ୍ରାନ୍ତ‌‌ରେ ମଧ୍ୟ ଆଲୋଚନା କରିଥିଲେ। ଗସ୍ତ ସମୟରେ ଡିଜିପି କ‌ରୋନା‌ରେ ମୃତ୍ୟୁବରଣ କରିଥିବା ପୁଲିସ କର୍ମଚାରୀଙ୍କୁ ଡିଜିପି ଡିସ୍କ୍‌ ପ୍ରଦାନ କରିଥିଲେ। ମାଲକାନଗିରି ଜିଲ୍ଲାର ଏସ୍‌.ପି ଖିଲାରୀ ଋଷିକେଶ ଦ୍ୟାନଦେଓଙ୍କ ସମେତ ମୋଟ ୩୦ ଜଣଙ୍କୁ ଡିଜିପି ଡିସ୍କ୍ ପ୍ରଦାନ କରିଥିଲେ। ସେହିପରି କୋରାପୁଟ ଜିଲ୍ଲାର ୫ଜଣ କରୋନା ଯୋଦ୍ଧାଙ୍କ ପରିବାର ଓ ୧୬ଜଣ ପୁଲିସ କର୍ମଚାରୀଙ୍କୁ ଡିଜିପି ଡିସ୍କ୍ ପ୍ରଦାନ କରାଯାଇଥଲା। କନ୍ଧମାଳ ଜିଲ୍ଲାର ୪ଜଣ କରୋନା ଯୋଦ୍ଧାଙ୍କ ପରିବାର ସମେତ ୨୭ଜଣ ପୁଲିସ କର୍ମଚାରୀଙ୍କୁ ଡିଜିପି ଡିସ୍କ୍ ପ୍ରଦାନ କରାଯାଇଛି। ଡିଜିଙ୍କ ଗସ୍ତ ସମୟରେ ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ଆର୍‌.କେ. ଶର୍ମା, ଏଡିଜିପି ‌ମୁଖ୍ୟାଳୟ ଲଳିତ ଦାସ, ଆଇଜି ଅପ‌ରେସନ୍ ଅମିତାଭ ଠାକୁର, ଅନିରୁଦ୍ଧ ସିଂହ, ଡିଆଇଜି ଏସ.ଆଇ.ଡବ୍ଲୁ, ଦକ୍ଷିଣାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତଙ୍କ ସମେତ ମାଲକାନଗିରି, କୋରାପୁଟ ଓ କନ୍ଧମାଳ ଏସ୍‌.ପି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର