ଭୁବନେଶ୍ୱରରେ ମାଓଦମନ ରଣନୀତି ନେଇ ଓଡ଼ିଶା-ଛତିଶଗଡ଼ ଡିଜିସ୍ତରୀୟ ବୈଠକ, କନ୍ଧମାଳରେ ମାଓ କ୍ୟାମ୍ପ ଠାବ

ଭୁବନେଶ୍ୱର: ମାଓବାଦୀଙ୍କୁ ମୁକାବିଲା ପାଇଁ ରଣକୌଶଳ ଓ ଉପଯୁକ୍ତ ସମନ୍ଵୟ ପ୍ରତିଷ୍ଠା ପାଇ ଆଜି ଭୁବନେଶ୍ୱର ଠାରେ ଉଭ ରାଜ୍ୟର ପୁଏିସ ମହାନିର୍ଦ୍ଦେଶକ ଓ ବରିଷ୍ଟ ଆଇପିଏସ ସ୍ତରୀୟ ବୈଠକ ଅନୁଷ୍ଠିତ ହେଉଛି। ଏହି ବୈଠକରେ ଓଡ଼ିଶା ଡିଜି ଡ. ଆର ପି ସିଂହଙ୍କ ସହିତ ଛତିଶଗଡ଼ ଡିଜି ଓ ଛତିଶଗଡ଼ର ବରିଷ୍ଠ ଆଇପିଏସ ଅଫିସରକମାନେ ଯୋଗ ଦେବେ। ଗୋଟିଏ ପଟେ ମାଓଦମନ ରଣନୀତି ପ୍ରସ୍ତୁତି ନେଇ ଭୁବନେଶ୍ୱରରେ ବୈଠକ ଚାଲୁଥିବା ବେଳେ ଅପରପକ୍ଷେ ଆଜି କନ୍ଧମାଳ ଜିଲ୍ଲା ବାଲିଗୁଡ଼ି ବ୍ଲକ ଅନ୍ତର୍ଗତ ଖମଣଖୋଲ ଜଙ୍ଗଲରେ ଚାଲିଥିବାଏକ ମାଓକ୍ୟାମ୍ପକୁ ଏସଓଜି ଓ ଡିଭିଏଫ ଯବାନମାନେ ଠାବ କରିଛନ୍ତି। ସେଠାରୁ ମାଓବାଦୀମାନେ ଖସିଯିବାରେ ସକ୍ଷମ ହୋଇଥିିବା ବେଳେ ବ୍ୟାପକ ପରିମାଣର ବିସ୍ଫୋରକ, ମାଓ ପୋଷାକ ଓ ଅନ୍ୟ ମାଓସାମଗ୍ରୀ ଜବତ କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଆଜି ଭୁବନେଶ୍ୱର -କଟକ ପୁଲିସ କମିସନରେଟ୍‌ ପରିସରରେ ଥିବା ଓଡ଼ିଶା ପୁଲିସ ମହାନିର୍ଦ୍ଦେଶକଙ୍କ କ୍ୟାମ୍ପ ଅଫିସ ପରିସରରେ ଓଡ଼ିଶା ଓ ଛତିଶଗଡ଼ରେ ସକ୍ରୀୟ ଥିବା ମାଓବାଦୀମାନଙ୍କୁ ଦମନ କରିବା ପାଇଁ ରଣନୀତି ସମ୍ପର୍କରେ ଆଲୋଚନା କରାଯିବା ସହିତ କିପର ଏହି ଦୁଇରାଜ୍ୟର ପୁଲିସ ଅଧିକାରୀମାନଙ୍କ ମଧ୍ୟରେ ସମନ୍ଵୟ ମାଓଦମନ କାର୍ଯ୍ୟକୁ ସୁଗମ କରିପାରିବ ସେ ନେଇ ଚର୍ଚ୍ଚା ହେଉଛି। ଏଥିରେ ଉଭୟ ରାଜ୍ୟର ବହୁ ବରିଷ୍ଠ ଆଇପିଏସ ଅଫିସର ଯୋଗ ଦେଇ ମାଓଦମନ ରଣନୀତି ଉପରେ ଚର୍ଚ୍ଚା କରୁଛନ୍ତି।
ଅପରପକ୍ଷେ ଆଜି ସକାଳେ ଏସଓଜି ଜବାନ ଓ ଡିଭିଏଫ ମିଳିତଭାବେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ଖମଣକୋଲ ଜଙ୍ଗଲରେ ଚଢ଼ାଉ କରି ସେଠାରେ ଚାଲିଥିବା ଏକ ମାଓକ୍ୟାମ୍ପକୁ ନଷ୍ଟ କରି ଦେଇଛନ୍ତି। ଏହି କ୍ୟାମ୍ପରୁ ବହୁପରିମାଣର ମାଓସାମଗ୍ରୀକୁ ଜବତ କରାଯାଇ କନ୍ଧମାଳ ଅଣାଯାଉଥିବା ଜିଲ୍ଲା ଏସପି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର