ମାଓ ଦମନ ନେଇ ପୁଣି ପ୍ରସ୍ତୁତ ହେଲା ବ୍ଲୁପ୍ରିଣ୍ଟ, ବିଏସଏଫ ଓ ପୁଲିସ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କଲେ ଡିଜି

ମାଲକାନଗିରି: ଲାଲଗଡ କୁହାଯାଉଥିବା ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଂଚଳକୁ ଆଜି ପୁଲିସ ଡିଜି ଅଭୟ କୁମାର ଦିନିକିଆ ଗସ୍ତରେ ଆସିଥିଲେ। ଗତ ଦୁଇ ଦିନ ତଳେ ଦକ୍ଷିଣାଞ୍ଚଳ ଡିଆଇଜି ସିଫିନ ଅହମ୍ମଦଙ୍କ ସ୍ୱାଭିମାନ ଅଂଚଳ ଗସ୍ତ ଏବଂ ଗତକାଲି ଲାଲଗଡ ଉପରେ ହେଲିକେପ୍ଟଟ ପଇଁତରା ମାରିବା ଘଟଣାରୁ ସ୍ପଷ୍ଟ ଜଣାପଡୁଥିଲା ଯେ ପୁଲିସ ଡିଜିଙ୍କ ଗସ୍ତ କାର୍ଯ୍ୟକ୍ରମ ଲାଲଗଡରେ ରହିଛି। ଆଜି ଦ୍ଵିପହରରେ ଅଭୟ କୁାମର ଲାଲଗଡର ଗୋରାସେତୁ ଠାରେ ପହଞ୍ଚି ସ୍ଥିତିର ସମୀକ୍ଷା କରିଥିଲେ। ଏହାକୁ ମିଶାଇ ଡିଜିଙ୍କ ତିନି ତିନି ଥର ସ୍ୱାଭିମାନ ଅଂଚଳ ଗସ୍ତ କାର୍ଯ୍ୟକ୍ରମ ହୋଇସାରିଲାଣି। ଏହି ତିନି ତିନି ଥର ଗସ୍ତ ମଧ୍ୟରେ ସ୍ୱାଭିମାନ ଅଂଚଳରେ ସାତ ସାତୋଟି ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା କରାଯିବା ସହ ବିକାଶ କାର୍ଯ୍ୟକୁ ତ୍ୱରାନ୍ଵିତ କରାଯାଇପାରିଛି।

ପୁଲିସ ସ୍ୱାଭିମାନ ଅଂଚଳରେ ଧସେଇ ପସୁଥିବା ବେଳେ ନକ୍ସଲ ପଛଘୁଞ୍ଚା ଦେବାକୁ ବାଧ୍ୟ ହୋଇଛନ୍ତି। ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିବା ବେଳେ ପକ୍କା ରାସ୍ତା ସାଂଗକୁ ଚାରୋଟି ମୋବାଇଲ ଟାାର ମଧ୍ୟ ସ୍ଥାପନ କରାଯାଇ ପାରିଛି। ପୁଲିସର ସଂପୂର୍ଣ୍ଣ ଫୋକସ ଏବେ ସ୍ୱାଭିମାନ ଅଂଚଳ ରହିଛି। ସଂପୂର୍ଣ୍ଣ ଭାବେ ନକ୍ସଲଙ୍କୁ ମୂଳପୋଛ କରିବା ଲକ୍ଷ୍ୟ ରହିଛି।

ଗୋରାସେତୁ ଠାରେ ହେଲିକେପ୍ଟଟ ପହଞ୍ଚିବା ପରେ ସେହି ଅଂଚଳକୁ ବୁଲି ଦେଖିଥିଲେ। ଗ୍ରାମବାସୀ ଫୁଲ, ଚନ୍ଦନ, ଦୀପରେ ଅଭୟ କୁମାରଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଗ୍ରାମବାସୀଙ୍କୁ ଏଠାରେ ସ୍କୁଲ କରିବା ନେଇ ପ୍ରତିଶ୍ରୁତି ଦେବା ପରେ ପିଲାମାନଙ୍କୁ ବ୍ୟାଗ ପ୍ରଦାନ କରିଥିଲେ। ଏଠାରେ ଲୋକଙ୍କ ପାଇଁ ପାନୀୟ ଜଳ, ରାସ୍ତାଘାଟ,ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବେ ବୋଲି କହିଥିଲେ। ଆଗାମୀ ଦିନରେ ଆହୁରି ଅଧିକା ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା ନେଇ ଆଲୋଚନା କରାଯାଇଥିବା ଜଣାପଡିଛି। ଏଠାରେ ଅବସ୍ଥାପିତ ବିଏସଏଫ ଏବଂ ଏସଓଡି ଯବାନଙ୍କ ସହ ସେ ଆଲୋଚନା କରିଥିଲେ। ଗୁରୁପ୍ରିୟା ସେତୁ ହେବା ପରେ ସ୍ୱାଭିମାନ ଅଂଚଳରେ ବିକାଶ କାର୍ଯ୍ୟ ଜୋରସୋରରେ ଚାଲୁ ରହିଥିବା ବେଳେ ଏହାର ସୁରକ୍ଷା ବ୍ୟବସ୍ଥାକୁ ପୁଲିସ ନିଜ କାନ୍ଧରେ ନେଇଛି। ସରକାରଙ୍କର ସମସ୍ତ ଯୋନଜା ଯେପରି ଏଠାରେ ପହଞ୍ଚି ସନେଇ ପୁଲିସ ସବୁ ବ୍ୟବସ୍ଥା କରୁଛି।

ନକ୍ସଲ ଦ୍ଵାରା ବିସ୍ଥାପିତ ହୋଇଥିବା ଗ୍ରାମବାସୀ କିପରି ନିଜର ଭିଟାମାଟିକୁ ଫେରିବେ ସନେଇ ମଧ୍ୟ ଯୋନଜା କରାଯାଉଛି। ନକ୍ସଲ ଦ୍ଵାରା ନର୍ଯାତିତ ହେଉଥିବା ଲୋକେ ଏବେ ଶାନ୍ତିରେ ଶୋଇପାରୁନଥିବା କୁହାଯାଇଛି। ପଥଭ୍ରଷ୍ଟ ହୋଇ ନକ୍ସଲ ସଂଗଠନରେ ମିଶିଥିବା ବ୍ୟକ୍ତିମାନଙ୍କୁ ପୁଣି ମୁଖ୍ୟସ୍ରୋତକୁ ଫେରାଇ ଆଣିବାକୁ ଆହ୍ଵାନ କରାଯାଇଛି। ବନ୍ଧୁକ ଛାଡି ନକ୍ସଲ ମୁଖ୍ୟସ୍ରୋତରେ ସାମିଲ ହେଲେ ସରକାରଙ୍କର ନିୟମ ଅନୁଯାୟୀ ସମସ୍ତ ବ୍ୟବସ୍ଥା କରାଯିବ ବୋଲି କୁହାଯାଇଛି। ଲଗାତାର ଆନ୍ଧ୍ର ପୁଲିସ,ଏସଓଜି ଏବଂ ବିଏସଏଫ ଯବାନର କୁମ୍ବିଂରେ ନକ୍ସଲ ଅତିଷ୍ଠ ହୋଇପଡିଲେଣି। ନିଜର ସ୍ଥାନକୁ ବାରମ୍ବାର ବଦଳାଉଥିଲେ ମଧ୍ୟ ପୁଲିସ ସେମାନଙ୍କ ନିକଟରେ ପହଞ୍ଚିଯାଉଛି, ଯାହାକୁ ନେଇ ନକ୍ସଲ ଏବେ ଚିନ୍ତାରେ ପଡିଛି।

ତେବେ ପୁଲିସକୁ ଟାର୍ଗେଟକରିବା ପାଇଁ ନକ୍ସଲ ମଧ୍ୟ ରଣନୀତି ପ୍ରସ୍ତୁତ କରୁଥିବା ଜଣାପଡିଛିଯନକ୍ସଲ ଓ ପୁଲିସ ମଧ୍ୟରେ ହେଉଥିବା ଛକାପଞ୍ଝାରେ କେବଳ ନିରୀହ ଜନତା ହିଁ ଫସି ଯାଉଛନ୍ତି। ତେବେ ଡିଜିପି ଅଭୟ କୁମାର ମାଲକାନଗିରି ପହଞ୍ଚି ସ୍ୱାଭିମାନ ଅଂଚଳେ ବିଏସଏଫର ବରିଷ୍ଠ ଅଧିକାରୀ ଏବଂ ମାଲକାନଗିରି ପୁଲିସ ସହ ଆଲୋଚନା କରିଥିଲେ। ନକ୍ସଲ ଦମନ ନେଇ ପୁଣି ତିଆରି ହୋଇଥିବା ବ୍ଲୁ ପ୍ରିଣ୍ଟ ଡିଜିଙ୍କ ଗସ୍ତକୁ ନେଇ ବିଏସଏଫ ଯବାନ ଏହି ଅଂଚଳରେ କୁମ୍ବିଂ କରୁଥିବା ବେଳେ ମାଓ ସାମଗ୍ରୀ ବେଜିଂ ନିକଟରେ ଉଦ୍ଧାର କରିଥିବା ଜଣାପଡିଛି। ଜିଲ୍ଲାର କାଲିମେଳା, ପଡିଆ ଭଳି ଅଂଚଳକୁ ନକ୍ସଲ ସଂପୂର୍ଣ୍ଣ ବିତାଡିତ କରିବା ପରେ ଏବେ ସ୍ୱାଭିମାନ ଅଂଚଳ ଏବଂ ମାଥିଲି ଅଂଚଳରେ ନକ୍ସଲ ଗତିବିଧି ରହିଛି, ଯାହାକୁ ତୁରନ୍ତ ସଫା କରିଦିଆଯିବ ବୋଲି କୁହାଯାଇଛି। ଜିଲ୍ଲାକୁ ମାଓମୁକ୍ତ କରାଯିବ ବୋଲି ଅଭୟ କୁମାର ପ୍ରକାଶ କରିଥିଲେ। ସ୍ୱାଭିମାନ ଅଂଚଳବାସୀ ଆଗକୁ ବିକାଶର ସ୍ୱାଦ ଚାଖିପାରିବେ। ଦୀର୍ଘ ଦିନ ଧରି ନକ୍ସଲଙ୍କର ଭୟରେ ନିଜର ଏବଂ ନିଜ ପରିବାରର ଉନ୍ନତି କରିପାରୁନଥିବା ବେଳେ ଏବେ ସବୁ ଠିକ ହେବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର