କଟକ : ସମସ୍ତ ଜିଲ୍ଲାର ଏସ୍ପି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଦିନ କଣ୍ଟ୍ରୋଲ୍ ରୁମ୍ରେ ଉପସ୍ଥିତ ରହିବେ। ଓଡ଼ିଶା ପୁଲିସ୍ ଭାରପ୍ରାପ୍ତ ଡିଜି ବିଜୟ ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଏ ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରାଯାଇଛି।
ଆସନ୍ତା ୧୮ ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ୫ ଲୋକସଭା ଆସନ ଓ ୩୫ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହେବ। ଏହି ସମୟରେ ଏକାଧିକ ନେତା, ଭିଭିଆଇପି ମାନେ ଓଡ଼ିଶାକୁ ଆସିବେ। ତେଣୁ ନିର୍ବାଚନ ପ୍ରକ୍ରିୟାକୁ ପ୍ରଥମ ପର୍ଯ୍ୟାୟ ଭଳି ଶାନ୍ତିଶୃଙ୍ଖଳାର ସହ ପରିଚାଳନା ପାଇଁ ଡିଜିପି ଗୁରୁତ୍ବ ଦେଇଥିଲେ। ଏଥିପାଇଁ ପୁଲିସ୍ ମୁଖ୍ୟାଳୟରୁ ଭିଡିଓ କନ୍ଫରେନ୍ସ ମାଧ୍ୟମରେ ବିଭିନ୍ନ ରେଞ୍ଜ ଆଇଜି, ଡିଆଇଜି ଓ ୧୧ ଜିଲ୍ଲାର ଏସ୍ପିମାନଙ୍କ ସହିତ ସେ ଆଲୋଚନା କରିଛନ୍ତି। ଏଥିସହିତ ପୁରୁଣା ଅପରାଧିଙ୍କୁ ଧରିବାକୁ ଜିଲ୍ଲାମାନଙ୍କୁ ଯେଉଁ ଟାର୍ଗେଟ ଦିଆଯାଇଥିଲା, ତାହା କେତେଦୂର ପୂରଣ ହୋଇଛି ତାହାକୁ ମଧ୍ୟ ତର୍ଜମା କରାଯାଇଥିଲା। ସିଆର୍ପିସି ଦଫା ୧୧୦, ବେଆଇନ୍ ଅସ୍ତ୍ରଶସ୍ତ୍ର ରଖିବା, ବେଆଇନ୍ ମଦ ବିକ୍ରି କରିବା ଏବ˚ ଏନ୍ବିଡବ୍ଲୁ ଲାଗୁ ହୋଇଥିବା ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ତତ୍କାଳୀନ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ନିର୍ଦ୍ଦେଶ ଦେଇଥିଲେ। ଏଥିମଧ୍ୟରୁ ଅଧିକା˚ଶ ଅପରାଧିଙ୍କୁ ଧରିବାରେ ପୁଲିସ୍ ସଫଳ ହୋଇଥିବା ଅବଗତ କରାଯାଇଥିଲା।
ଏହାଛଡ଼ା ସିଏପିଏଫ୍ଙ୍କୁ ଠିକ୍ ଭାବେ ସହଯୋଗ କରିବାକୁ ଏସ୍ପିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମିଳିତ ଭାବେ ଜିଲ୍ଲାମାନଙ୍କ ପାଇଁ ଏକ ପୂର୍ଣ୍ଣ ସୁରକ୍ଷା ଯୋଜନା ପ୍ରସ୍ତୁତ କରିବାକୁ କୁହାଯାଇଛି। ସିଏପିଏଫ୍ମାନଙ୍କୁ ବୃହତ୍ ଆଇନ୍ଶୃଙ୍ଖଳା ପରିସ୍ଥିତି, ମୋବାଇଲ୍ ପାଟ୍ରୋଲି˚ ଓ ସମ୍ବେଦନଶୀଳ ବୁଥ୍ମାନଙ୍କରେ ନିୟୋଜିତ କରାଯିବ। ଏସବୁ ବାଦ୍ ଯଦି ଜିଲ୍ଲାମାନଙ୍କରେ ଅଧିକ ସୁରକ୍ଷାକର୍ମୀଙ୍କ ଆବଶ୍ୟକତା ଥାଏ ତାହେଲେ ଅତିରିକ୍ତ ଡିଜି (ଆଇନ୍ ଶୃଙ୍ଖଳା) ଓ ଅତିରିକ୍ତ ଡିଜି (ଅପରେସନ୍)ଙ୍କୁ ତୁରନ୍ତ ଜଣାଇବାକୁ କୁହାଯାଇଛି। ଜିଲ୍ଲା ମୁଖ୍ୟାଳୟମାନଙ୍କରେ ଏକ କଣ୍ଟ୍ରୋଲ ରୁମ୍ କାର୍ଯ୍ୟ କରିବ। ସେଥିରେ ଜିଲ୍ଲା ପୁଲିସ୍ ସହ ସିଏପିଏଫ୍, ରାଜସ୍ବ ଅଧିକାରୀମାନେ ସାମିଲ ରହିବେ। ଭୋଟଗ୍ରହଣ ଦିନ ଏସ୍ପିମାନେ ବ୍ୟକ୍ତିଗତ ଭାବେ କଣ୍ଟ୍ରୋଲ ରୁମ୍ରେ ଉପସ୍ଥିତ ରହିବାକୁ ଶ୍ରୀ ଶର୍ମା ନିର୍ଦ୍ଦେଶ ଦେଇଛନ୍ତି।
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗୁଇନ୍ଦା ନିର୍ଦ୍ଦେଶକ ସୁନୀଲ ରାଏ, ଅତିରିକ୍ତ ଡିଜି (ଅପରେସନ୍) ଆର୍ପି କୋଚେ, ଅତିରିକ୍ତ ଡିଜି (ଆଇନ୍ଶୃଙ୍ଖଳା) ସ˚ଜୀବ ପଣ୍ତା, ଅତିରିକ୍ତ ଡିଜି (ମଡର୍ଣ୍ଣାଇଜେସନ୍) ବିନୟତୋଷ ମିଶ୍ର, କେନ୍ଦ୍ରାଞ୍ଚଳ ଆଇଜି, ଆଇଜି (ପର୍ସୋନେଲ୍) ପିଏସ୍ ରଣପିସେ, ଆଇଜି (ମୁଖ୍ୟାଳୟ) ଅସିତ ପାଣିଗ୍ରାହୀ ପ୍ରମୁଖ ଉପସ୍ଥତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/DG-MEETING084838.jpg)