ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କଲେ ପୁଲିସ ଡିଜି

ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କଲେ ପୁଲିସ ଡିଜି

ପୁରୀ : ରଥଯାତ୍ରାର ଶୃଙ୍ଖଳା ଓ ଭିଡ଼ ପରିଚାଳନା ନେଇ ପୁଲିସ ଡିଜି ସୁନିଲ କୁମାର ବଂଶଲ ପୁଲିସ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଟାଉନ୍‌ହଲ୍‌ରେ ଆଜି ଅନୁଷ୍ଠିତ ବୈଠକରେ ପୁଲିସ୍‌ ଅଧିକାରୀଙ୍କୁ ମାର୍ଗଦର୍ଶନ କରି ଶ୍ରୀ ବଂଶଲ କହିଛନ୍ତି ଯେ ପ୍ରତ୍ୟେକ ଭକ୍ତ ଯେପରି ଭଲ ଅନୁଭବ ନେଇ ଶ୍ରୀକ୍ଷେତ୍ରରୁ ପ୍ରତ୍ୟାବର୍ତ୍ତନ କରିବେ ସେନେଇ ସମସ୍ତ ଅଧିକାରୀ ଧ୍ୟାନ ଦେବେ। ୧୭୦ ପ୍ଲାଟୁନ୍‌ ପୁଲିସ ନିୟୋଜିତ ହେବେ।

ଶ୍ରୀ ବଂଶଲ କହିଛନ୍ତି, ଆଇନ ଶୃଙ୍ଖଳା ଓ ଟ୍ରାଫିକ୍‌ ପରିଚାଳନା ନେଇ ମକ୍‌ଡ୍ରିଲ୍‌ ଅନୁଷ୍ଠିତ ହୋଇସାରିଛି। ରଥଯାତ୍ରା ପରିଚଳାନା କରିଥିବା ବରିଷ୍ଠ ଅଧିକାରୀମାନେ ପୁଲିସ ବାହିନୀର ନେତୃତ୍ବ ନେଉଥିବାରୁ ସେମାନେ ନିଜ ଅଭିଜ୍ଞତା ଆଧାରରେ ରଥଯାତ୍ରାକୁ ବ୍ୟବସ୍ଥିତ କରିବେ ବୋଲି କହିଛନ୍ତି। ଏଥିସହ ୧୯ ଜଣ ଏସ୍‌ପି/କମାଣ୍ଡାଣ୍ଟ, ୩୭ ଜଣ ଅତିରିକ୍ତ ଏସ୍‌ପି/ଡେପୁଟି କମାଣ୍ଡାଣ୍ଟ, ୮୫ ଜଣ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ, ୧୫୦ ଜଣ ଇନ୍‌ସପେକ୍ଟର/ରିଜର୍ଭ ଇନ୍‌ସପେକ୍ଟର/ସୁବେଦାର, ୭୬୦ ଜଣ ଏସ୍‌ଆଇ/ଏଏସ୍‌ଆଇ, ୯୦ ଜଣ ହାବିଲଦାର, ୫୯୪ କନେଷ୍ଟବଳ, ୩୦ ଜଣ ଟ୍ରାଫିକ୍‌ ହାବିଲଦାର, ୧୧୧ ଟ୍ରାଫିକ୍‌ କନେଷ୍ଟବଳ, ୨୪୪୫ଜଣ ହୋମ୍‌ଗାର୍ଡ, ୨ କମ୍ପାନି ରାପିଡ୍‌ ଆକ୍ସନ ଫୋର୍ସ, ୨ୟୁନିଟ୍‌ ଓଡ୍ରାଫ, ୨ୟୁନିଟ ଏସ୍‌ଓଜି, ୨ୟୁନିଟ ଏସ୍‌ଟିୟୁ, ୧ ୟୁନିଟ ଏନ୍‌ଡିଆର୍‌ଏଫ୍‌, ୨ କମ୍ପାନି ଏଇଟି ସାମିଲ ହେବେ।

ଏହାବ୍ୟତୀତ ଯାନବାହନ ନିୟନ୍ତ୍ରଣ ପାଇଁ ପୁରୀକୁ ୩ ଭାଗରେ ବିଭକ୍ତ କରାଯାଇଛି। ସହରକୁ ୧୮ଟି ଓ ସହର ବାହାରକୁ ୧୧ଟି ସେକ୍ଟରରେ ଭାଗ କରାଯାଇଛି। ଟ୍ରାଫିକ୍‌ ପରିଚାଳନା ପାଇଁ ଜଣେ ଏଡିଜିଙ୍କୁ ଦାୟିତ୍ବ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe