ଭୁବନେଶ୍ବର : ଆସନ୍ତାକାଲିଠାରୁ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଆଜି ପୁଲିସ ମହାନିର୍ଦ୍ଦେଶକ ଅଭୟ ବିଧାନସଭା ପରିସରରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ତାଙ୍କ ସହିତ ସ୍ବତନ୍ତ୍ର ଡିଜି ସତ୍ୟଜିତ ମହାନ୍ତି, ଗୁଇନ୍ଦା ଆଇଜି ଆର୍.କେ ଶର୍ମା, ପୁଲିସ କମିସନର୍ ସୁଧାଂଶୁ ଷଡ଼ଙ୍ଗୀ, ଅତିରିକ୍ତ ପୁଲିସ କମିସନର ଅନୁପ ସାହୁଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ସାମିଲ ଥିଲେ। ଡିଜିପି ବିଧାନସଭା ପରିସର ସମେତ ପ୍ରବେଶ ଓ ପ୍ରସ୍ଥାନ ଦ୍ବାର, ନିୟନ୍ତ୍ରଣ କକ୍ଷ, ସିସିଟିଭି କ୍ୟାମେରାର ସ୍ଥିତି, ଲୋୟର ପିଏମ୍ଜିରେ ବ୍ୟାରିକେଡ୍ ଓ ନିୟନ୍ତ୍ରଣ କକ୍ଷ ବୁଲି ଦେଖିଛନ୍ତି। ସନ୍ଧ୍ୟାରେ ପୁଲିସ କମିସନର୍ ଶ୍ରୀ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ସମ୍ମେଳନ କକ୍ଷରେ ବରିଷ୍ଠ ଅଧିକାରୀମାନଙ୍କ ସହ ଏକ ବୈଠକ ବସିଥିଲା। ଏଥିରେ ବିଧାନସଭା ସମୟରେ ଦେଖାଦେଉଥିବା ବିଭିନ୍ନ ସମସ୍ୟା ଓ ତା’ର ସମାଧାନ ଦିଗରେ ଅଧିକାରୀମାନଙ୍କୁ କମିସନର୍ ପରାମର୍ଶ ଦେଇଥିଲେ। ବିଧାନସଭା ଚାଲିଥିବା ସମୟରେ କୌଣସି ପ୍ରକାରର ଅପ୍ରୀତିକର ପରିସ୍ଥିତିକୁ କିଭଳି ଏଡ଼ାଇ ଦିଆଯାଇ ପାରିବ, ତାହା ଉପରେ ଗୁରୁତ୍ବାରୋପ କରାଯାଇଥିଲା। ୩ ଥାକିଆ ସୁରକ୍ଷାବଳୟ ମଧ୍ୟରେ ବିଧାନସଭାକୁ ରଖାଯାଇଛି। ଲୋୟର ପିଏମ୍ଜିରେ ବିକ୍ଷୋଭକାରୀଙ୍କ କାର୍ଯ୍ୟକଳାପ ଉପରେ ନଜର ରଖିବା ପାଇଁ ସିସିଟିଭି କ୍ୟାମେରା ଖଞ୍ଜାଯିବା ସହ ଅସ୍ଥାୟୀ ନିୟନ୍ତ୍ରଣ କକ୍ଷ ସ୍ଥାପନ କରାଯାଇଛି।
ବିଧାନସଭା ପରିସରରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ଡିଜି
/sambad/media/post_attachments/wp-content/uploads/2020/02/police-dg-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)