କୋଭିଡ ସ୍ଥିତିକୁ ନେଇ ପୁଲିସ ଡିଜିଙ୍କ ସମୀକ୍ଷା: କୋଭିଡ କଟକଣା ନିୟମ ଭାଙ୍ଗି ଗିରଫ ହେଲେଣି ୬୬୨

କଟକ : ରାଜ୍ୟରେ କୋଭିଡ୍‌ କଟକଣା ନିୟମ ଏପର୍ଯ୍ୟନ୍ତ ସୁଦ୍ଧା ୬୬୨ ଜଣ ଗିରଫ ହୋଇଛନ୍ତି। କୋଭିଡ ସ୍ଥିତିକୁ ନେଇ ପୁଲିସ ମହାନିର୍ଦ୍ଦେଶକ (ଡିଜି) ଅଭୟଙ୍କ ସମୀକ୍ଷାରୁ ଏହା ଜଣାପଡ଼ିଛି।

ଡିଜି ଶ୍ରୀ ଅଭୟ ଆଜି ଜିଲ୍ଲାର ଏସ୍‌ପି, ରେଂଜ ଡିଆଇଜି ଓ ଆଇଜିଙ୍କ ସହିତ ଭିଡିଓ କନଫରେନସିଂ ଜରିଆରେ ଆଲୋଚାନ କରିଥିଲେ। ବୈଠକରେ ଦିଆଯାଇଥିବା ସୂଚନା ଅନୁଯାୟୀ ଏପ୍ରିଲ ପହିଲାରୁ ଓଡ଼ିଶା ପୁଲିସ ପକ୍ଷରୁ ଆରମ୍ଭ ହୋଇଥିବା ସ୍ବତନ୍ତ୍ର ଅଭିଯାନରେ ରାଜ୍ୟର ମୋଟ ୨ଲକ୍ଷ ୫୯ ହଜାର ୨୪୬ଜଣ ଅମାନିଆଙ୍କଠାରୁ ମାସ୍କ ଓ ସାମାଜିକ ଦୂରତା ରଖିନଥିବାରୁ ୮ କୋଟି ୭ଲକ୍ଷ ୭୨ ହଜାର ୬୩୦ ଟଙ୍କା ଜରିମାନା ଆଦାୟ କରାଯାଇଛି। କୋଭିଡ ନିୟମ ଉଲ୍ଲଂଘନ କରିଥିବା ଅଭି‌ଯୋଗରେ ୧୩୬ଟି ମାମଲା ପଞ୍ଜିକୃତ କରାଯାଇଛି। ମୋଟ ୬୬୨ଜଣଙ୍କୁ ଗିରଫ କରାଯାଇଛି। ସେହିଭଳି ୨୦୨୬ଟି ଅବକାରୀ ମାମଲା ରୁଜୁ କରାଯାଇ ୩୮ ହଜାର ୨୬୬ ଲିଟର ମଦ ଜବତ କରାଯାଇଛି।

ଏହି ଆଲୋଚନାରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ( ମୁଖ୍ୟାଳୟ) ଲଳିତ ଦାସ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ( କ୍ରାଇମବ୍ରାଞ୍ଚ-ଆଇନଶୃଙ୍ଖଳା) ଯଶୋବନ୍ତ ଜେଠଓ୍ବା, ଆଇଜି ଯତୀନ୍ଦ୍ର କୋଏଲ, ଆଇଜି ପର୍ସୋନେଲ ଏସ୍.ପ୍ରବୀଣ କୁମାର, ଆଇଜି କ୍ରାଇମବ୍ରାଞ୍ଚ ଅମିତେନ୍ଦ୍ର ନାଥ ସିହ୍ନା, ଡିଆଇଜି କେନ୍ଦ୍ର‌ାଞ୍ଚଳ ଜୟ ନାରାୟଣ ପଙ୍କଜ, ଏଆଇଜି ମୁଖ୍ୟାଳୟ ପ୍ରତ୍ୟୁଷ ଦିବାକର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର