ସମାବେଶ ପାଇଁ ରାଜଧାନୀ ମୁହାଁ ଚାଷୀଙ୍କୁ ବିଭିନ୍ନ ସ୍ଥାନରେ ଅଟକାଇବା ସହ ଅଧାବାଟରୁ ଉଠାଇନେଲା ପୁଲିସ

ଭୁବନେଶ୍ବର: ନବନିର୍ମାଣ କୃଷକ ସଂଗଠନର ହଜାର ହଜାର ଚାଷୀ  ଲୋୟର ପିଏମଜିରେ ବିରାଟ ସମାବେଶ କରିବାକୁ ଭୁବନେଶ୍ବର ଆସୁଛନ୍ତି। ବିଭିନ୍ନ ବାଟ ଦେଇ ରାଜଧାନୀ ଭିତରକୁ ପ୍ରବେଶ କରିବା ପାଇଁ ଉଦ୍ୟମ କରୁଛନ୍ତି ଚାଷୀ । ପ୍ରାଇସ, ପେନସନ ଓ ପ୍ରେଷ୍ଟିଜ ଦାବିରେ ପୁଣି ଆନ୍ଦୋଳନକୁ ଜୋରଦାର କରିଛି ନବନିର୍ମାଣ କୃଷକ ସଂଗଠନ । ଦାବି ହାସଲ ଲାଗି  ରାଜଧାନୀରେ ଅର୍ଥନୈତିକ ଅବରୋଧ କରିବା ସହ ଆଇନକୁ ହାତକୁ ନେବାକୁ ଧମକ ଦେଇଥିଲା  ସଙ୍ଗଠନ । ତେବେ ଭୁବନେଶ୍ୱରରେ ପହଞ୍ଚିବା ପୂର୍ବରୁ ବିଭିନ୍ନ ସ୍ଥାନରେ ଶହ ଶହ ଚାଷୀଙ୍କୁ ଅଟକାଇଛି ପୋଲିସ୍ । ଚାଷୀଙ୍କୁ ଅଟକାଇବା ସହ ଅଧା ବାଟରୁ ଉଠାଇ ନେଇଛି  ବୋଲି ସଙ୍ଗଠନ ପକ୍ଷରୁ  ଅଭିଯୋଗ ହୋଇଛି । ଭୁବନେଶ୍ବର ଷ୍ଟେସନରେ ଶହ ଶହ ଚାଷୀ ବସି ରହିଥିବା ଖବର ମିଳିଛି।

ସୂଚନାଯୋଗ୍ୟ, ଗତବର୍ଷ ଡିସେମ୍ବରରେ ଚାଷୀଙ୍କ ପଦଯାତ୍ରାକୁ ରାଜଧାନୀ ଉପକଣ୍ଠରେ ଅଟକାଯାଇଥିଲା । ଚାଷୀଙ୍କୁ ସହର ଭିତରକୁ ଛଡାଯାଇ ନ ଥିଲା ।

ସମ୍ବନ୍ଧିତ ଖବର