ଗଞ୍ଜାମରେ ଡବଲ୍‌ ଏନ୍‌କାଉଣ୍ଟର: ଟଳିପଡ଼ିଲା ବାବୁ, ମଣି ଜଖମ

ଜେଲ୍ ଓ ବଡ଼ ମେଡିକାଲ୍‌ରୁ ଚମ୍ପଟ ଥିଲା ବାବୁ

ଭଞ୍ଜନଗର/ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲ‌ାରେ ଗୋଟିଏ ଦିନରେ ପୁଲିସର ଦୁଇଟି ଏନ୍‌କାଉଣ୍ଟର। ଗୋଟିଏ ଏନ୍‌କାଉଣ୍ଟରରେ ଠିକ୍ ଏକ ମାସ ତଳେ ପୁଲିସ ଆଖିରେ ଧୂଳିଦେଇ ଖସିଯାଇଥିବା ଦୁର୍ଦ୍ଦାନ୍ତ ଅପରାଧୀ ବାବୁ ନାଇକର ମୃତ୍ୟୁ ହୋଇଛି। ଅନ୍ୟ ଏକ ଏନ୍‌କାଉଣ୍ଟରରେ ମୋଷ୍ଟୱାଣ୍ଟେଡ୍ ଅପରାଧୀ ଅନନ୍ତ କୁମାର ମାଛୁଆ ଓରଫ୍ ମଣି ଗୁରୁତର ହୋଇଛି। ସୂଚନା ଅନୁଯାୟୀ, ଜଗନ୍ନାଥପ୍ରସାଦ ଥାନା ବନ୍ତା ଜଙ୍ଗଲିଆ ରାସ୍ତାରେ ଜଗନ୍ନାଥପ୍ରସାଦ ଥାନା ପୁଲିସର ଏନ୍‌କାଉଣ୍ଟରରେ ବାବୁ ଟଳି ପଡ଼ିଥିବା ଜଣାପଡ଼ିିଛି। ବାବୁ ବହୁଦିନରୁ ପୁଲିସକୁ ଚକ୍‌ମା ଦେଖାଇ ‌ଫେରାର ହୋଇଥିବା ବେଳେ ତାକୁ ଧରିବା ପାଇଁ ପୁଲିସ ଜାଲ ବିଛାଇଥିଲା। ବାବୁର ଗତିବିଧି ଉପରେ ଭଞ୍ଜନଗର, ଜଗନ୍ନାଥପ୍ରସାଦ, ଗାଙ୍ଗପୁର ଥାନା ପୁଲିସ ନଜର ରଖିଥିଲେ। ଆଜି ଅପରାହ୍ନରେ ବାବୁ ନିଜ ସହଯୋଗୀ ତପନ ସହ ପଞ୍ଚଭୂତି ଗ୍ରାମକୁ ଯିବା ପାଇଁ ବାହାରିଥିବାବେଳେ କରଡାବଣି ନିକଟସ୍ଥ ବନ୍ତା ନିକଟରେ ପୁଲିସ ହାବୁଡ଼ରେ ପଡିଥିଲା। ଏହାପରେ ପୁଲିସ ଓ ବାବୁ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ବାବୁର ଉଭୟ ଗୋଡ଼ରେ ଦୁଇଟି ଗୁଳି, ଡାହାଣ ହାତରେ ଓ ପିଠିରେ ଗୋଟିଏ ଗୁଳି ବାଜିଥିଲା। ୪ଟି ଗୁଳିରେ ବାବୁ ଟଳି ପଡିଥିବାବେଳେ ସହଯୋଗୀ ତପନ ଦୌଡ଼ି‌ ଫେରାର ହେବାକୁ ଚେ‌ଷ୍ଟା କରୁଥିବା ବେଳେ ଆହତ ହୋଇଥିଲା। ଗୁରୁତର ଅବସ୍ଥାରେ ବାବୁକୁ ପ୍ରଥମେ ଜଗନ୍ନାଥପ୍ରସାଦ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ବ୍ରହ୍ମପୁର ବଡ଼ମେଡିକାଲକୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଅପରପକ୍ଷରେ ବାବୁର ଗୁଳିମାଡ଼ରେ ଜଗନ୍ନାଥପ୍ରସାଦ ଥାନା ଏସ୍ଆଇ ଦିପ୍ତୀ ରଞ୍ଜନ ବେହେରା, ଥାନା ଅଧିକାରୀ ବୈଦେହୀ ବେହେରା ଓ ଦୁଇଜଣ କନେଷ୍ଟବଳ ଆହତ ହୋଇଛନ୍ତି। ବାବୁର ଶବକୁ ବ୍ୟବଚ୍ଛେଦ ପାଇଁ ରଖାଯାଇଥିବାବେଳେ ପୁଲିସ ଦୁଇଟି ପିସ୍ତଲ, ୩ ରାଉଣ୍ଡ ଗୁଳି ଓ ପଲସର ବାଇକକୁ ଜବତ କରିଛି।

ମଦ ଟ୍ରକ୍ ଲୁଟ୍‌ର ମାଷ୍ଟରମାଇଣ୍ଡ୍ ମଣି
ୱାଣ୍ଟେଡ ବାବୁକୁ ପୁଲିସ ଧରିଲା ନା ମାରିଲା!
ଗଞ୍ଜାମ ଅପରାଧୀଙ୍କ ମଧ୍ୟରେ କୋକୁଆ ଭୟ

ଅନ୍ୟପକ୍ଷରେ ମଙ୍ଗଳବାର ଖଲ୍ଲିକୋଟ ପୁଲିସ ଏକ ସଫଳତା ମିଳଛି। ବନ୍ଧୁକ ଦେଖାଇ ମଦ ବୋଝେଇ ଟ୍ରକ ଲୁଟ୍‌ ଘଟଣା ମୁଖ୍ୟ ଅଭିଯୁକ୍ତ ଅନନ୍ତ କୁମାର ମାଛୁଆ ଓରଫ ମଣିକୁ ପୁଲିସ ଏନ୍‌କାଉଣ୍ଟର କରି କାବୁ କରିଛି। ଏହାସହିତ ଲୁଟ୍‌ ଘଟଣା ଉପରୁ ପରଦା ହଟାଇଛି। ଆଜି ଭୋର ୪ଟାରେ ମାଷ୍ଟରମାଇଣ୍ତ ଅନନ୍ତ କୁମାର ମାଛୁଆ ଓରଫ ମଣି ଓ ତାର ସହଯୋଗୀ ବନମାଳୀ ପରିଡା ସହ ଏକ ନମ୍ବର ବିହୀନ ଗାଡିରେ ବାଲୁଗାଁରୁ ବ୍ରହ୍ମପୁର ଆସୁଥିବା ଖବର ପାଇ ହରିଡାମୂଳୀ ଛକଠାରେ ପୁଲିସ ଜଗି ରହିଥିଲା। ସେମାନେ ସେହି ଛକକୁ ଆସିଲାପରେ ପୁଲିସ୍‌ ଅଟକାଇବାରୁ ସେମାନେ ନ ଅଟକି ପୁଲିସ ଉପରକୁ ଗୁଳି ଚଳାଇଥିଲେ। ପୁଲିସ ଏବଂ ଅପରାଧୀ ମଣି ମଧ୍ୟ ଗୁଳି ବିନିମୟ ହୋଇଥିଲା। ପରେ ପୁଲିସ ସହ ଏନ୍‌କାଉଣ୍ଟରରେ ମଣି ଗୁରୁତର ଆହତ ହେଇଥିଲା। ଘଟଣାସ୍ଥଳର ମଣିର ସହଯୋଗୀ ବନମାଳୀ ପରିଡ଼ା ଫେରାର ହୋଇଯାଇଛି। ମଣି ନାମରେ ବିଭିନ୍ନ ଥାନାରେ ୧୦ରୁ ଅଧିକ କେସ ରହିଥିବା ଜଣାପଡିଛି। ତେବେ ଆହତ ମଣି ଠାରୁ ଏକନମ୍ବର ବିହୀନ ଗାଡି, ଗୋଟିଏ ପିସ୍ତଲ, ତିନୋଟି ଜୀବନ୍ତ ଗୁଳି ଓ ୧୫୦୦ଟଙ୍କା ଜବତ କରିଛି।

ସମ୍ବନ୍ଧିତ ଖବର