ଏନ୍‌କାଉଣ୍ଟରରେ ପଡ଼ିଲା ଦୁର୍ଦ୍ଦାନ୍ତ ଅପରାଧୀ

ଶେରଗଡ଼: ଗ˚ଜାମ ଜିଲ୍ଲାରେ ୪୭ତମ ଏନ୍‌କାଉଣ୍ଟରରେ ପଡ଼ିଛି ଗ˚ଜାମ ପୁଲିସ ଓ ଭୁବନେଶ୍ବର କମିସନରେଟ୍‌ ପୁଲିସର ମୋଷ୍ଟଵାଣ୍ଟେଡ୍‌ ଅପରାଧୀ ବାଦଲ ଓରଫ୍‌ ଜିତୁ ଓରଫ୍‌ ଜିତେନ୍ଦ୍ର ସ୍ବାଇଁ। ଗାଙ୍ଗପୁର ଥାନା ବାଇପଲ୍ଲୀ ଗ୍ରାମର ମୂଳବାସିନ୍ଦା ଜିତୁ ବିଳମ୍ବିତ ରାତି ୨ଟାରେ ହିଞ୍ଜିଳିକାଟୁ-ଶେରଗଡ଼ ରାସ୍ତା ଡେଙ୍ଗାପଦର ନିକଟରେ ପୁଲିସ ଗୁଳିରେ ଆହତ ହୋଇଛି। ଜିତୁର ଡାହାଣ ଗୋଡ଼ରେ ଗୁଳି ବାଜିଥିବାରୁ ତାକୁ ବ୍ରହ୍ମପୁର ବଡ଼ମେଡିକାଲ ସ୍ଥାନାନ୍ତର କରାଯାଇଛି। ଗତ ଜୁଲାଇ ମାସ ୨୯ ତାରିଖରେ ଶେରଗଡ଼ ଥାନା ଗୋଠଗାଁ ଗ୍ରାମର ଯୁବ ସ˚ଗଠକ ଯୋଗୀ ସ୍ବାଇଁ ହତ୍ୟା ମାମଲାରେ ଜିତୁ ଅଭିଯୁକ୍ତ ହୋଇଥିବାବେଳେ ଗ˚ଜାମ, ଖୋର୍ଦ୍ଧା ଓ ଭୁବନେଶ୍ବରର ବିଭିନ୍ନ ଥାନା ଇଲାକାରେ ସ˚ଘଟିତ ହତ୍ୟା, ଲୁଟ୍‌, ହତ୍ୟା ଉଦ୍ୟମ ଆଦି ମାମଲା ସମେତ ୭ଟି ସ˚ଗୀନ ଅପରାଧରେ ସେ ସ˚ପୃକ୍ତ। ଜିତୁ ଗତ କିଛି ବର୍ଷ ହେଲା ଗ˚ଜାମ ପୁଲିସ ଓ ଭୁବନେଶ୍ବର କମିସନରେଟ୍‌ ପୁଲିସର ମୋଷ୍ଟଵାଣ୍ଟେଡ୍‌ ତାଲିକାରେ ରହିଥିଲା। ଏନକାଉଣ୍ଟର ସ୍ଥଳରୁ ଜିତୁର ସହଯୋଗୀ ସୁନିଲ୍‌ ଫେରାର‌୍‌ ହୋଇଯାଇଛି। ଅନ୍ୟପକ୍ଷରେ , ଏନ୍‌କାଉଣ୍ଟରବେଳେ ୩ ଜଣ ପୁଲିସ୍‌ କର୍ମଚାରୀ ସାମାନ୍ୟ ଆହତ ହୋଇଛନ୍ତି।

ସମ୍ବନ୍ଧିତ ଖବର