ମାଓ ପୁଲିସ ଗୁଳି ବିନିମୟବେଳେ ମାଓବାଦୀଙ୍କ ଛତ୍ରଭଙ୍ଗ

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ଲାଠୋର ଥାନା ଚାନ୍ଦିଲି ଜଙ୍ଗଲରେ ମାଓବାଦୀ ଓ ଏସଓଜି ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଗୁଳି ବିନିମୟରେ ମାଓବାଦୀ ଆହତ ହୋଇଥିବା ଆଶଙ୍କା କରାଯାଉଛି। ତଲାସି ବେଳେ ଯବାନମାନେ ଏକ ମାଓ ଶିବିରକୁ ଠାବ କରିଛନ୍ତି। ଶିବିରରେ ନିତ୍ୟ ବ୍ୟବହାର୍ଯ୍ୟ ଓ ଖାଦ୍ୟ ସାମଗ୍ରୀ ସହ ଦୁଇଟି ଏସ୍‌ଏଲ୍‌ଆର୍‌ ବନ୍ଧୁକ (୭.୬୨) ଜବତ ହୋଇଛି। ତଲାସି ଅଭିଯାନରେ ସିଆର୍‌ପିଏଫ୍‌ ଓ ଡିଭିଏଫ୍‌ ଯବାନଙ୍କୁ ସାମିଲ କରାଯାଇଛି। ବଲାଙ୍ଗୀର ଏସ୍‌ପି ପୁଲିସ ମୁଖ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ସୂଚନା ଦେଇଛନ୍ତି। ଏସ୍‌ପିଙ୍କ ସୂଚନା ଅନୁସାରେ, ବୁଧବାର ଲାଠୋର ଥାନା ଅଞ୍ଚଳରେ ମାଓବାଦୀଙ୍କ ବରଗଡ଼-ବଲାଙ୍ଗୀର-ମହାସମୁନ୍ଦ ସବ୍‌ଡିଭିଜନର ସଦସ୍ୟଙ୍କ ଉପସ୍ଥିତି ସଂପର୍କରେ ଖବର ମିଳିଥିଲା। ଜଙ୍ଗଲରେ ତଲାସି ଅଭିଯାନ କରିବା ପାଇଁ ଦୁଇଟି ଏସ୍‌ଓଜି ଦଳ ମୁତୟନ କରାଯାଇଥିଲା। ଗୁରୁବାର ସକାଳ ୯ଟା ବେଳେ ତଲାସି ଅଭିଯାନ ଆରମ୍ଭ ହେବା ବେଳେ ମାଓବାଦୀମାନେ ଯବାନଙ୍କ ଉପରକୁ ଗୁଳି ଚଳାଇଥିଲେ। ତା ପରେ ପ୍ରାୟ ୧୫ ମିନିଟ ଉଭୟ ପକ୍ଷରୁ ଗୁଳି ବିନିମୟ ହେବା ପରେ ମାଓମାଦୀ ଛତ୍ରଭଙ୍ଗ ଦେଇଥିଲେ।

ସମ୍ବନ୍ଧିତ ଖବର