ରାୟଗଡ଼ା : ନିୟମଗିରି ଜଙ୍ଗଲରେ ମୁହାଁମୁହିଁ ହୋଇଛନ୍ତି ପୁଲିସ-ମାଓବାଦୀ। ଉଭୟଙ୍କ ମଧ୍ୟରେ ହୋଇଛି ଗୁଳି ବିନିମୟ। ପୁଲିସ ଗୁଳିରୁ ବର୍ତ୍ତିବା ପାଇଁ ମାଓବାଦୀ ୨ଟି ଲ୍ୟାଣ୍ଡମାଇନ ବିସ୍ଫୋରଣ କରିଥିଲେ। ବିସ୍ଫୋରଣକୁ ଭୟ ନ କରି ମାଓବାଦୀଙ୍କୁ କାବୁ କରିବାକୁ ପୁଲିସ ଗୋଡ଼ାଇବା ସହ ଗୁଳି ଫୁଟାଇଥିଲା। ତଥାପି ୧୦ରୁ ୧୫ ମାଓବାଦୀ କଳାହାଣ୍ଡି, କନ୍ଧମାଳ ସୀମାନ୍ତ ଦେଇ ଖସି ଯାଇଛନ୍ତି। ସର୍ଚ୍ଚ ଅପରେସନ ସମୟରେ ଧାମୁଣିପଙ୍ଗା ଗାଁ ନିକଟରେ ଚାଲିଥିବା ମାଓ କ୍ୟାମ୍ପକୁ ପୁଲିସ ଠାବ କରି ବିପୁଳ ସାମଗ୍ରୀ ଜବତ କରିଛି। ଶେଷ ଖବର ସୁଦ୍ଧା କମ୍ବିଂ ଅପରେସନ ଚାଲିଥିବାରୁ ଜବତ ମାଓ ସାମଗ୍ରୀ ଜିଲ୍ଲା ସଦର ମହକୁମାରେ ପହଞ୍ଚି ପାରିନି। ଆସନ୍ତାକାଲି ସକାଳେ ଯବାନ ପହଞ୍ଚିବା ପରେ ସବିଶେଷ ସୂଚନା ଦିଆଯିବ ବୋଲି କହିଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଡା. ଶର୍ବଣା ବିବେକ ଏମ।
ନିୟମଗିରିରେ ପୁଲିସ-ମାଓ ଗୁଳି ବିନିମୟ
ଧାମୁଣିପଙ୍ଗା ନିକଟରେ ମାଓ କ୍ୟାମ୍ପ ଠାବ, ପୁଲିସକୁ ଟାର୍ଗେଟ କରି ବିସ୍ଫୋରଣ
/sambad/media/post_attachments/wp-content/uploads/2020/01/naxal.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)