ଘୁ.ଉଦୟଗିରି : ବଡ଼ଦିନ ପର୍ବ ପାଳନ ପାଇଁ ଘୁ,ଉଦୟଗିରି ସହର ଚଳଚଂଚଳ ହୋଇଛି । ବଡ଼ଦିନକୁ ଆଖି ଆଗରେ ରଖି ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ସମସ୍ତ ଚର୍ଚ୍ଚରେ ସୁରକ୍ଷା ଯବାନ ମୁତୟନ କରାଯାଇଛି। ସମୁଦାୟ ୨ ପ୍ଲାଟୁନ୍ ସୁରକ୍ଷା ଯବାନ ନିୟୋଜିତ କରାଯାଇଛି। ଦିବାରାତ୍ର ପାଟ୍ରୋଲିଂ କରାଯିବା ସହ କଳିଙ୍ଗା ଏବଂ ଘୁ,ଉଦୟଗିରି ସହରରେ ନାକା ଲାଗିବା ପ୍ରବେଶ ପଥ ଗୁଡିକରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।
/sambad/media/post_attachments/wp-content/uploads/2018/12/pp-1-300x167.jpg)
ଘୁ,ଉଦୟଗିରି ସହରର ଟେଲିଫୋନ ଭବନ ସମୁଖ ଏବଂ କଳିଙ୍ଗା ମୁଖ୍ୟ ରାସ୍ତାରେ ପୋଲିସ ପକ୍ଷରୁ ଯାଞ୍ଚ କରାଯାଉଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/phu.jpg)