ଅସ୍ତରଙ୍ଗ: ମତ୍ସ୍ୟଜୀବୀ ସହାୟତା ପାଇବା ନିମନ୍ତେ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ସାମୁଦ୍ରିକ ମତ୍ସ୍ୟ ବିଭାଗ ଅଫିସ୍ ନିକଟରେ ପ୍ରବଳ ଭିଡ଼ ଲାଗିରହିଛି। ଶୁକ୍ରବାର ଠାରୁ ଏଭଳି ଭିଡ଼ ଯେ ସମ୍ବାଳି ପାରୁନି ସାମୁଦ୍ରିକ ମତ୍ସ୍ୟବିଭାଗ। ପାଞ୍ଚଟି ପଞ୍ଚାୟତରୁ ଲୋକମାନେ ଜମା ହେବା ଫଳରେ ହୋହାଲ୍ଲା ହେବା ଓ ଚଢ଼ାମଡା ହୋଇ ସହାୟତା ପାଇଁ ଆବେଦନ କରିବାକୁ ଲମ୍ବା ଲାଇନ୍ ଲାଗିଛି।
ସୂଚନା ଥାଉକି, କଇଁଛ ସୂରକ୍ଷା ନିମନ୍ତେ ମାଛ ଧରିବା ଉପରେ ନଭେମ୍ବର ୧ରୁ ମେ’ମାସ ୧ ତାରିଖ ପର୍ଯ୍ୟନ୍ତ କଟକଣା ଲାଗୁ ହୋଇଛି। ଏହି ସମୟ ମଧ୍ୟରେ ମତ୍ସ୍ୟଜୀବୀ ଜୀବନ ଜୀବିକା ହରାଇବାରୁ ପ୍ରତିବର୍ଷ ସରକାର ସହାୟତା ପ୍ରଦାନ କରୁଛନ୍ତି। ପୂର୍ବରୁ ୭ହଜାର ୫00 ଟଙ୍କା ସହାୟତା ମିଳୁଥିଲା ବେଳେ ଚଳିତବର୍ଷ ଏହାକୁ ୧୫ ହଜାର ଟଙ୍କାକୁ ବୃଦ୍ଧି କରିବାରୁ ଏବେ ଆବେଦନକାରୀଙ୍କ ସଂଖ୍ୟା ବଢୁଛି। ଲୋକମାନେ ଏହି ସାହାଯ୍ୟ ନିମନ୍ତେ ନିଜର ପ୍ରମାଣପତ୍ର ଧରି ଭିଡ ଜମାଇଛନ୍ତି। ତହସିଲ୍, ଜେରକ୍ସ ଦୋକାନ ଠାରୁ ଆରମ୍ଭ କରି ମତ୍ସ୍ୟବିଭାଗ ଅଫିସ୍ ପର୍ଯ୍ୟନ୍ତ ଭିଡ ସମେତ ରାସ୍ତାଘାଟରେ ଦୁଇଚକିଆ ଗାଡି ରଖିବାରେ ଯାତାୟତରେ ସାଧାରଣ ଲୋକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
/sambad/media/post_attachments/wp-content/uploads/2023/02/f1375a47-19a0-4515-bd5a-4dc4fb899b70.jpg)
ମିଳିଥିବା ସୂଚନା ମୁତାବକ ଅସ୍ତରଙ୍ଗରେ ୩ ହଜାରରୁ ସାଢେ ୩ ହଜାର ଏହି ସହାୟତା ପାଇବେ। ସବୁଠାରୁ ବଡ଼କଥା ବିଭାଗୀୟ ଅଧିକାରୀ ସମ୍ପୃକ୍ତ ପଞ୍ଚାୟତକୁ ଯାଇ ପ୍ରକୃତ ମତ୍ସ୍ୟଜୀବୀଙ୍କୁ ଚିହ୍ନଟ କରିବା ସମେତ ଆବେଦନ ଗ୍ରହଣ କରିବା କଥା। ବିଭାଗର ମନମୁଖୀ କାର୍ଯ୍ୟକଳାପ ଯୋଗୁଁ ଏକାକାଳୀନ ଏକାଧିକ ପଞ୍ଚାୟତରୁ ମାଳ ମାଳ ଲୋକ ଆସି ଆବେଦନ କରିବାକୁ ପହଞ୍ଚିବାରେ ସ୍ଥିତି ଅସମ୍ଭାଳ ହୋଇଛି। ଘର ପିଛା ଏକାଧିକ ଫର୍ମ ଦାଖଲ କରିବା ଦେଖିବାକୁ ମିଳିଛି। କାହିଁକି ଏତେ ଗହଳି ହେଉଛି, ଯାହା ପଚାରିଲେ ଅତିରିକ୍ତ ସହ ମତ୍ସ୍ୟଅଧିକାରୀ ସଂଯୁକ୍ତା ସାମାନ୍ତାସିଂହାର କହିବା କଥା ସେମାନେ ପ୍ରତିଦିନ ୨୦୦ ଡାକିଛନ୍ତି। ଲୋକମାନେ ଆସି ଅଯଥା ଗହଳି କରୁଥିବା ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/87706705-6f58-4bc4-8f81-7b0d738ac5d5.jpg)