ମୋଦିଙ୍କ ସଭାକୁ ସାଙ୍ଗରେ ନେଇ ପାରିବେ ନାହିଁ ପାଣି ବୋତଲ, ଏଭଳି ରହିଛି କାର୍ଯ୍ୟକ୍ରମ ଓ ସୁରକ୍ଷା ବ୍ୟବସ୍ଥା

ଖୋର୍ଦ୍ଧା: ଆସନ୍ତାକାଲି ଖୋର୍ଦ୍ଧାରେ ଆୟୋଜିତ ହେବାକୁ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଭାର ସୁରକ୍ଷା ବ୍ୟବସ୍ଥାକୁ ବେଶ୍‌ କଡ଼ାକଡ଼ି କରି ଦିଆଯାଇଛି। ମୋଦିଙ୍କ ଏହି ସଭାକୁ ପାଣି ବୋତଲ ଓ ପାଣି ପାଉଚ୍‌ ନେବା ଉପରେ ପୁଲିସ କଟକଣା ଲଗାଇଛି । ଏହା ସହିତ ସୁରକ୍ଷା ବ୍ୟବସ୍ଥା ଦୃଷ୍ଟିରୁ ଗାଡି ପାର୍କିଂ ପାଇଁ ସଭାସ୍ଥଳ ପୂର୍ବରୁ ୪ଟି ସ୍ଥାନକୁ ଚିହ୍ନଟ କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ୪୫ପ୍ଲାଟୁନ ଫୋର୍ସ ମୂତୟନ କରାଯିବ । ଏବଂ ୪ଜଣ ଏସପି, ୩୦ ଡିଏସପି ଓ ୪ ଅତିରିକ୍ତ ଏସପି ସୁରକ୍ଷା ବ୍ୟବସ୍ଥା ଉପରେ ପୁରା ନଜର ରଖିବେ ।

ଖୋର୍ଦ୍ଧାରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବା ପରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ। ଦିନିକିଆ ଓଡିଶା ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ରହିଛି ଏଭଳି କାର୍ଯ୍ୟ ପ୍ରଣାଳୀ…

୧. କାଲି ଦିନ ୧ଟା ୫ମିନିଟରେ ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ବିମାନ ବନ୍ଦରରେ ନରେନ୍ଦ୍ର ମୋଦି ପହଞ୍ଚିବେ । ୨. ସେଠାରୁ ହେଲିକପ୍ଟଟ ଯୋଗେ ୧ଟା ୪୦ରେ ଭୁବନେଶ୍ୱର ଆଇଆଇଟି ଯିବେ ।
୩. ୧ଟା ୪୦ରୁ ୨ଟା ୨୦ ମିନିଟ ମଧ୍ୟରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ ।
୪. ତା’ପରେ ଖୋର୍ଦ୍ଧା ନାଇଜର ଷ୍ଟାଡିୟମରେ ଆୟୋଜିତ ସାଧାରଣ ସଭାକୁ ସମ୍ବୋଧିତ କରିବେ ।
୫. ଅପରାହ୍ନ ୪ଟାରେ ଦିଲ୍ଲୀ ପ୍ରତ୍ୟାବର୍ତନ କରିବାର କାର୍ଯ୍ୟକ୍ରମ ରହିଛି ।
୬. ପ୍ରଧାନମନ୍ତ୍ରୀ ଦିନିକିଆ ଓଡିଶା ଗସ୍ତ ବେଳେ ୧୪ହଜାର ୫୨୩ କୋଟି ଟଙ୍କା ପ୍ରକଳ୍ପର ଲୋକାର୍ପଣ କରିବେ ।

ସମ୍ବନ୍ଧିତ ଖବର