ଗଣ ଦୁଷ୍କର୍ମର ଶିକାର ହୋଇ ପଳାଇ ଯାଇଥିବା ମହିଳାଙ୍କୁ କରି କଲା ଉଲୁଣ୍ଡା ପୁଲିସ୍‌

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଉଲୁଣ୍ଡା ଥାନା ଜଗନ୍ନାଥପାଲିରେ ଏକ ମହିଳା ଗଣ ଦୁଷ୍କର୍ମର ଶିକାର ହୋଇଥିବା ସୂଚନା ମିଳିଥିଲା । ଏହାପରେ ପିଡିତା ମହିଳାଙ୍କ କିଛି ଖୋଜ ଖବର ମିଳିନଥିଲା । ଏହି ଘଟଣାଟି ୧୭/୫/୨୦ ରାତି ହୋଇଥିଲା ପଞ୍ଚମହଲା ପଞ୍ଚାୟତ ଜଗନ୍ନାଥ ପାଲି ଜଙ୍ଗଲ ପାଖରେ ଘଟିଥିଲା । ଏହାକୁ ଖବର ଗଣମାଧ୍ୟମରେ ପ୍ରକାଶ ହେବାପରେ, ଘଟଣାକୁ ଗୁରୁତ୍ବ ସହିତ ନେଇ ତଦନ୍ତ କରିବା ପାଇଁ ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଦେବୀ ପ୍ରସାଦ ଦାସ ନିଦ୍ଦେର୍ଶକ ଦେଇଥିଲେ । ଏଥିପାଇଁ ଉପଖଣ୍ଡ ପୁଲିସ୍‌ ଅଧିକାରୀ ଧିରଜ କୁମାର ଚୋପଦାର୍ଙ୍କ ପତ୍ୟକ୍ଷ ତତ୍ତ୍ଵାବଧାନରେ ବୀରମହାରାଜପୁର ପୁଲିସ୍‌ ଓ ଉଲୁଣ୍ଡା ପୋଲିସର ଏକ ଟିମ୍ ପିଡିତାକୁ ଠାବ କରିବାପାଇଁ ତଦନ୍ତ ଚଳାଇଥିଲେ ।

ଦୀର୍ଘ ୧୦ ଦିନ ପରେ ଆଜି ଉକ୍ତ ମହିଲାଙ୍କୁ ଉଲୁଣ୍ଡା ପୁଲିସ୍‌ ଠାବ କରିଥିଲା ।  ପୋଲିସ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ପିଡିତା ମହିଳାଙ୍କ ଘର ମୟୁରଭଞ୍ଜ ଜିଲ୍ଲାର ରାରୁଆ  ଥାନା ଅନ୍ତର୍ଗତ କୁଦୋସାହି ଗ୍ରାମର ବୋଲି ଜଣାପଡ଼ିଛି । ଉଲୁଣ୍ଡା ଥାନା କେସ ନମ୍ବର ୫୨ ତା ୨୬/୫/୨୦ରେ ବିଭିନ୍ନ ଦଫା ରେ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛନ୍ତି ନିଜେ ଉପଖଣ୍ଡ ପୋଲିସ ଅଧିକାରୀ ଧିରଜ୍ କୁମାର ଚୋପଦାର । ଆଜି ପିଡିତାଙ୍କ ଡାକ୍ତରି ମାଇନା ପାଇଁ ସୁବର୍ଣ୍ଣପୁର ଜିଲ୍ଲା ଡାକ୍ତରଖାନାକୁ ପଠାଯାଇଛି । ଘଟଣାଟି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ପୁଲିସ୍‌ର ତଦନ୍ତ ଘଟଣାର ପର୍ଦ୍ଧାଫାଶ କରି  ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବ  ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ।

ସମ୍ବନ୍ଧିତ ଖବର