ଭୁବନେଶ୍ୱର: ଭୁବନେଶ୍ୱରରେ ୮୬ ତମ ଓଡ଼ିଶା ପୁଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଛି। ଏଥିସହ ଉତ୍କଳ ଦିବସ ଅବସରରେ ରିଜର୍ଭ ଗ୍ରାଉଣ୍ଡରେ ଆୟୋଜିତ ଦୀକ୍ଷାନ୍ତ ପରେଡରେ ପୁଲିସ୍ କମିସନର୍ ସୌମେନ୍ଦ୍ର ପ୍ରିୟଦର୍ଶିନୀ ଯୋଗ ଦେଇଥିଲେ।
ଭୁବନେଶ୍ୱର- କଟକ କମିସନରେଟ ପୁଲିସ ଆଗାମୀ ଦିନରେ ଉତ୍ତମ ସେବା ଏବଂ ସେବାର ମାନ ଅଧିକ କରିବା ଦିଗରେ ସଂକଳ୍ପବଦ୍ଧ ବୋଲି ପୁଲିସ୍ କମିସନର୍ ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି। ଏଥିସହ ପୁଲିସର କାର୍ଯ୍ୟ ଓ ବ୍ୟବହାର ଦିଗରେ କିଭଳି ଲୋକଙ୍କ ନିକଟତର ହୋଇପାରିବେ ସେନେଇ ସେ ପରାମର୍ଶ ଦେଇଛନ୍ତି। ଦ୍ବୈତ ନଗରୀରର ଦାୟିତ୍ୱ ଭାର ଓଡ଼ିଶା ପୁଲିସ ଉପରେ ଥିବା ବେଳେ ସେମାନଙ୍କ ଧନଜୀବନ ସୁରକ୍ଷା ନେଇ ଅଭିଭାଷଣ ରଖିଥିଲେ ପୁଲିସ୍ କମିସନର୍। ଏହି କାର୍ଯ୍ୟକ୍ରମରେ ରେ ୧୯ ଜଣ ପୁଲିସ ଅଧିକାରୀ ଏବଂ କର୍ମଚାରୀଙ୍କୁ ପୁରସ୍କୃତ କରାଯାଇଥିଲା ।
ଏହି ଅବସରରେ ପୁଲିସ୍ କମିସନର୍ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପଢ଼ିଥିଲେ। ମୁଖ୍ୟମନ୍ତ୍ରୀ କହିଛନ୍ତି, ଜନତା ମାଲିକ। ଏଇ ଭାବନା ନେଇ ପୁଲିସ କାମ କରୁ। ବୃତ୍ତିଗତ ଦକ୍ଷତା ସହ କାମ କରୁ ପୁଲିସ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/5339d628-fe24-4195-8270-4b34b71ec223.jpg)