କଟକ: ଜଣେ ଗର୍ଭବତୀ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଥିଲେ। ପରିବାର ଲୋକ ଆମ୍ବୁଲାନ୍ସକୁ ଅପେକ୍ଷା ନ କରି ନିଜ ଗାଡ଼ିରେ ବକ୍ସିବଜାରସ୍ଥିତ ଘରୋଇ ନର୍ସିଂହୋମ୍କୁ ନେଇଯାଉଥିଲେ। ପୁଲିସ୍ ଚେକ୍ ପଏଣ୍ଟରେ ଏକଥା ଜଣାପଡ଼ିବା ପରେ ପୁଲିସ୍ ତୁରନ୍ତ ସ୍ବତନ୍ତ୍ର ସୁରକ୍ଷା ଜୋନ୍ (ଗ୍ରିନ୍ କରିଡର୍) ପ୍ରସ୍ତୁତ କରି ତାଙ୍କୁ ହସ୍ପିଟାଲରେ ପହଞ୍ଚାଇଥିଲା। କମିସନରେଟ୍ ପୁଲିସର ଏଭଳି ପଦକ୍ଷେପକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।
ସୂଚନା ଅନୁଯାୟୀ, ସିଡିଏ ଅଞ୍ଚଳର ଜଣେ ଗର୍ଭବତୀଙ୍କର ଅସହ୍ୟ ଯନ୍ତ୍ରଣା ହେବାରୁ ପରିବାର ଲୋକ ତାଙ୍କୁ ଏକ ଘରୋଇ ନର୍ସିଂହୋମକୁ ନେଉଥିଲେ। ରାସ୍ତାରେ ଡ୍ୟୁଟି କରୁଥିବା ପୁଲିସ ଘଟଣା ସମ୍ପର୍କରେ ଜାଣିବା ପରେ ନୟାସଡ଼କରୁ ବକ୍ସିବଜାର ପର୍ଯ୍ୟନ୍ତ ଗ୍ରିନ୍ କରିଡର୍ ପ୍ରସ୍ତୁତ କରି ତାଙ୍କୁ ସୁରକ୍ଷିତ ଭାବେ ହସ୍ପିଟାଲ୍ରେ ପହଞ୍ଚାଇଥିଲେ। ରାସ୍ତାରେ ଯେଭଳି ତାଙ୍କୁ ବାରମ୍ବାର ପୁଲିସ ଚେକ୍ ପଏଣ୍ଟରେ ଅଟକିବାକୁ ପଡ଼ିବ ନାହିଁ, ସେଥିପ୍ରତି କଡ଼ା ନଜର ରଖାଯାଇଥିଲ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/download-11.jpg)