ପୁଲିସ ଇନଫର୍ମର ସନ୍ଦେହରେ ହତ୍ୟା

ମାଲକାନଗିରି : ସୀମାନ୍ତ ଛତିଶଗଡ ଦନ୍ତେଵାଡା ଜିଲ୍ଲାରେ ପୁଲିସ ଇନଫର୍ମର ସନ୍ଦେହରେ ନକ୍ସଲ ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ଘଟଣାଟି କଟେକଲ୍ୟାଣ ଥାନା ଅନ୍ତର୍ଗତ ବାସ୍ତାନାରଠାରେ ଘଟିଛି। କଟେକଲ୍ୟାଣ ଥାନାରେ ପୁଲିସ ଇନଫର୍ମର ଭାବେ ଚିକପାଲ ଗ୍ରାମର ଛନ୍ନୁ ସୋଡି କାମ କରୁଥିବା ସନ୍ଦେହ କରି ଦୀର୍ଘ ଦିନ ଧରି ନକ୍ସଲଙ୍କ ଟାର୍ଗେଟରେ ରହିଥିଲା। ନକ୍ସଲଙ୍କ ଟାର୍ଗେଟ ଯୋଗୁଁ ସେ ଗ୍ରାମକୁ ଫେରୁନଥିଲା। ଗତ କିଛି ଦିନ ତଳେ ନକ୍ସଲ ଏହି ଅଂଚଳରେ ପୋଷ୍ଟର ମାରି ପୁଲିସ ଇନଫର୍ମରଙ୍କୁ ଘରକୁ ଫେରିବାକୁ ଅନୁରୋଧ କରିଥିଲେ। ସେମାନେ ଗାଁକୁ ଫେରିଲେ କ୍ଷମା ପ୍ରଦାନ କରାଯିବ ବୋଲି ଉଲ୍ଲେଖ କରିଥିଲେ। ଏଥିରେ ଛନ୍ନୁ ବିଶ୍ବାସ କରି ଗତକାଲି ନିଜ ଗ୍ରାମକୁ ଯିବା ସହ ବାସ୍ତାନାର ଠାରେ ଚାଲିଥିବା ମେଳାରେ ପହଞ୍ଚିଥିଲା। ମେଳା ଦେଖୁଥିବା ବେଳେ ହଠାତ୍ ସାଧା ପୋଷାକରେ ଥିବା ନକ୍ସଲଙ୍କ ଏକ ଦଳ ଛନ୍ନୁଙ୍କ ଉପରେ ଆକ୍ରମଣ କରିଥିଲେ। ଆହତ ଅବସ୍ଥାରେ ସ୍ଥାନୀୟ ଲୋକେ ମେଡିକାଲକୁ ଆଣିଥିଲେ ହେଁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏସ୍‌ପି ଅଭିଷେକ ପଲ୍ଲବ ଏହି ଘଟଣାକୁ ସ୍ବୀକାର କରିଛନ୍ତି।

ସମ୍ବନ୍ଧିତ ଖବର