ବୌଦ୍ଧ : ବୌଦ୍ଧରେ କାର୍ଯ୍ୟରତ ପୁଲିସ ଇନ୍ସପେକ୍ସର ପ୍ରଦୀପ୍ତ ଚୌଧୁରୀ (୫୨)ଙ୍କ ଶନିବାର ରାତିରେ ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ ହୋଇଯାଇଛି। ସେ ପୂର୍ବରୁ ଜିଲ୍ଲାର ପୁରୁଣାକଟକ ଥାନାରେ କିଛି ମାସ ଇନଚାର୍ଜ ଭାବେ କାର୍ଯ୍ୟ ତୁଲାଇଥିଲେ ଓ ବର୍ତ୍ତମାନ ଜିଲ୍ଲା କାର୍ଯ୍ୟାଳୟରେ କାର୍ଯ୍ୟ କରି ଆସୁଥିଲେ। ଶନିବାର ରାତିରେ ସେ ଡ୍ୟୁଟି ସାରି ନିଜ କ୍ୱାର୍ଟରକୁ ଫେରିଥିଲେ। ସକାଳୁ ତାଙ୍କ ମୃତଦେହ ମିଳିଥିଲା। ରବିବାର ବୌଦ୍ଧ ଥାନାରେ ଏସ୍ପିଙ୍କ ଉପସ୍ଥିତିରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯିବା ପରେ ବାରିପଦାରୁ ଆସିଥିବା ତାଙ୍କ ପରିବାର ବର୍ଗଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିଲା। ତାଙ୍କ ମୃତ୍ୟୁର କାରଣକୁ ନେଇ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି।
ପୁଲିସ ଇନ୍ସପେକ୍ଟରଙ୍କ ସନ୍ଦେହଜନକ ମୃତ୍ୟୁ
/sambad/media/post_attachments/wp-content/uploads/2018/02/dead-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)