ଭୁବନେଶ୍ବର: ୪୦୦ ଦିନ ଧରି ଲୋୟର୍ ପିଏମ୍ଜିରେ ଆନ୍ଦୋଳନ ବସିଥିବା ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ଆନ୍ ଦୋଳନ ଆଜି ଉଗ୍ରରୂପ ନେଇଥିଲା। ଆଜି ପୂର୍ବାହ୍ନରେ ସଂଘର କର୍ମକର୍ତ୍ତାମାନେ ଧାରଣାସ୍ଥଳରୁ ଉଠି ବିଧାନସଭା ଘେରାଉ କରିବାକୁ ଉଦ୍ୟତ ହୋଇଥିଲେ। ବିନା ସୂଚନାରେ ସଂଘର କର୍ମକର୍ତ୍ତାମାନେ ମାଡ଼ି ଆସିବାରୁ ସେମାନଙ୍କୁ ଅଟକାଇବାକୁ ଯାଇ ପୁଲିସକୁ ନାକେଦମ୍ ହେବାକୁ ପଡ଼ିଥିଲା। ପୁଲିସ ଓ ବିକ୍ଷୋଭକାରୀମାନଙ୍କ ମଧ୍ୟରେ ଧସ୍ତାଧସ୍ତି ହେବାରୁ ଉଭୟ ପକ୍ଷରୁ କିଛି ଆହତ ହୋଇଥିବା ଜଣାଯାଇଛି। ଏହି ଘଟଣାରେ ପୁଲିସ ୯ଜଣରୁ ଊର୍ଦ୍ଧ୍ବ ଅଧ୍ୟାପକଙ୍କୁ ଗିରଫ କରିଛି। ତେବେ ଦାବି ପୂରଣ ନ ହେଲେ ଆଗାମୀ ଦିନରେ ସଂଘ ଆମରଣ ଅନଶନକୁ ଓହ୍ଲାଇବ ବୋଲି ସଂଘ ଚେତାବନୀ ଦେଇଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp