ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ସଦର ଥାନା ଅର୍ନ୍ତଗତ ଶଗଡ଼ା ସଂରକ୍ଷିତ ଜଙ୍ଗଲରେ ରବିବାର ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିବା ସୂଚନା ମିଳିଛି। ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲା ସଦର ଥାନା ଅର୍ନ୍ତଗତ ଶଗଡ଼ା ସଂରକ୍ଷିତ ଜଙ୍ଗଲରେ ଏସ୍ଓଜି ଯବାନ ଓ ଡିଭିଏଫ୍ ପୁଲିସ ପକ୍ଷରୁ ଗୁଳିଚାଳନା ହୋଇଥିଲା। ଏହାର ଜବାବରେ ମାଓବାଦୀମାନେ ମଧ୍ୟ ଗୁଳି ଫୁଟାଇଥିଲେ। ପୁଲିସ ପକ୍ଷରୁ ଗୁଳିଚାଳନା ଜାରି ରହିବା ପରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇ ଜଙ୍ଗଲ ଭିତରକୁ ଚାଲି ଯାଇଥିଲେ। ପୁଲିସ ଓ ଯବାନ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି। ମାଓବାଦୀମାନେ ଶିବିର ଛାଡ଼ି ଚାଲି ଯାଇଥିବା ଜଣାପଡ଼ିଛି।
ଶଗଡ଼ା ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ
/sambad/media/post_attachments/wp-content/uploads/2021/06/naxal-encounter_1617441961.jpg)