ବରଗଡ଼/ପାଇକମାଲ: ଗନ୍ଧମାର୍ଦ୍ଦନ ପର୍ବତର ପାଦଦେଶରେ ଅବସ୍ଥିତ ଖଣ୍ଡିଝରନ ଗାଁ ନିକଟସ୍ଥ ଜଙ୍ଗଲରେ ପୁଲିସ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଛି। ସେଠାରୁ ଏକ ମାଓକ୍ୟାମ୍ପ ଠାବ କରାଯିବା ସହିତ ବହୁମାତ୍ରାରେ ମାଓ ସାମଗ୍ରୀ ଜବତ ହୋଇଥିବା ବରଗଡ଼ ଏସ୍ପି ସୂଚନା ଦେଇଛନ୍ତି। ମିଳିଥିବା ସୂଚନାନୁସାରେ, ବରଗଡ଼ ଓ ବଲାଙ୍ଗୀର ପୁଲିସର ଏସ୍ଓଜି ଯବାନମାନଙ୍କ ଦ୍ୱାରା ଉଭୟ ପଟରୁ ମିଳିତ କମ୍ବିଂ ଅପରେସନ କରାଯାଇଥିଲା। ବରଗଡ଼ ଜିଲ୍ଲା ପାଇକମାଲ ଖଣ୍ଡିଝରନ ଗାଁ ନିକଟରେ ପାହାଡ଼ିଆ ଜଙ୍ଗଲରେ ସକାଳୁ ପୁଲିସ-ମାଓବାଦୀ ସାମ୍ନାସାମ୍ନି ହୋଇଥିଲେ। ସର୍ଚ୍ଚ ଅପରେସନ୍ ପରେ ମାଓବାଦୀଙ୍କ ଅସ୍ଥାୟୀ କ୍ୟାମ୍ପରୁ ସେମାନଙ୍କ ଦ୍ବାରା ବ୍ୟବହୃତ ବ୍ୟାଗ୍ ଓ ଅନ୍ୟ କିଛି ସାମଗ୍ରୀ ଜବତ ହୋଇଥିବା ସୂଚନା ରହିଛି । ସେଥିମଧ୍ୟରେ ଆଇଡି, ୮ଟି ବ୍ୟାଗ୍, କିଛି ମାଓ ପୋଷାକ, ଖାଦ୍ୟସାମଗ୍ରୀ ରହିଛି। ଏହାକୁ ନେଇ ପାହାଡ଼ର ପାଦଦେଶରେ ଅବସ୍ଥିତ ଗ୍ରାମମାନଙ୍କରେ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଅନ୍ୟପକ୍ଷରେ, ଡିଆଇଜି ହିମାଂଶୁଲାଲ ବରଗଡ଼ ଆସି ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp